RCB IN FINAL: କ୍ବାଲିଫାୟାର 1ରେ ପଞ୍ଜାବକୁ ପରାସ୍ତକରି ଫାଇନାଲରେ ଆରସିବି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2025ର କ୍ୱାଲିଫାୟର 1ରେ ପଞ୍ଜାବ କିଙ୍ଗସକୁ 8 ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ବିଜୟ ସହିତ RCB IPL 2025ର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଦଳ ହୋଇଛି। 9 ବର୍ଷ ପରେ ଦଳ ଫାଇନାଲରେ ସ୍ଥାନ ପକ୍କା କରିଛି।
ଏଥର ପ୍ରଥମ ଟାଇଟଲ ହାସଲ କରିବାକୁ ବାଙ୍ଗାଲୋର ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଏବେ RCB ଜୁନ 3ରେ ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାର ଦେଖିବାକୁ ମିଳିବ।

9 ବର୍ଷ ପରେ ଓ ଚତୁର୍ଥ ଥର ପାଇଁ ଫାଇନାଲରେ RCB
ଆରସିବି ଶେଷ ଥର ପାଇଁ 2016ରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ଏବଂ ସେବେଠାରୁ ଏହା ଟାଇଟଲ୍ ମ୍ୟାଚ୍ ଖେଳିବା ପାଇଁ ସଂଘର୍ଷ କରୁଛି । ଗତ ସିଜନରେ ଆରସିବିର ଯାତ୍ରା ଏଲିମିନେଟରରେ ଶେଷ ହୋଇଥିଲା। କିନ୍ତୁ ଏଥର ଦଳ ପାଖରେ ଟାଇଟଲ୍ ଜିତିବାର ସୁବର୍ଣ୍ଣ ସୁଯୋଗ ଅଛି। ଆରସିବି 2009, 2011, 2016ରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ତା'ପରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ଗୁରୁବାର ଚଳିତ IPL ସିଜିନର କ୍ୱାଲିଫାୟର-1ରେ RCB ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 14.1 ଓଭରରେ 101 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଜବାବରେ ଫିଲ୍ ସଲ୍ଟଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ RCB, 10 ଓଭରରେ 2 ୱିକେଟ୍ ହରାଇ ବିଜୟ ପାଇଁ ଆବଶ୍ୟକ 106 ରନ୍ ହାସଲ କରି ନେଇଥିଲା ଏବଂ ମ୍ୟାଚ୍କୁ 8 ୱିକେଟ୍ ରେ ଜିତିଥିଲା।
କ୍ୱାଲିଫାୟର 2 ଖେଳିବ ପଞ୍ଜାବ
ତେବେ ପଞ୍ଜାବ ପାଇଁ ଫାଇନାଲର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଫାଇନାଲ ପର୍ଯ୍ୟାୟକୁ ଯିବା ପାଇଁ ପଞ୍ଜାବ ଦଳ ଆସନ୍ତା ଜୁନ୍ 1 ତାରିଖରେ କ୍ବାଲିଫାୟର 2 ଖେଳିବ। ଦଳ ଏଲିମିନେଟର ର ବିଜେତା ସହ କ୍ବାଲିଫାୟର 2 ଖେଳିବ। ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିବା ହେତୁ ପଞ୍ଜାବକୁ ଏକ ଅତିରିକ୍ତ ସୁଯୋଗ ମିଳିବ। ରବିବାର କ୍ୱାଲିଫାୟର-2ରେ, ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟରର ବିଜେତା ସହିତ ପଞ୍ଜାବର ମୁକାବିଲା ହେବ। ଯଦି ପଞ୍ଜାବ ସେହି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ସେ ଫାଇନାଲରେ ପହଞ୍ଚିବ ଯେଉଁଠାରେ ସେ ଜୁନ୍ 3 ତାରିଖରେ ଅହମ୍ମଦାବାଦରେ RCB ସହିତ ମୁକାବିଲା କରିବ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱାରା ପଞ୍ଜାବ କିଙ୍ଗସ୍ 14.1 ଓଭରରେ 101 ରନରେ ଅଲଆଉଟ ହୋଇଯାଇଥିଲା। ପଞ୍ଜାବ କିଙ୍ଗସ୍ ପାଇଁ ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ୍ ସିଂହ ଇନିଂସ ଆରମ୍ଭ କରିଥିଲେ କିନ୍ତୁ ଦଳକୁ ଏକ ଭଲ ଆରମ୍ଭ ଦେଇପାରି ନଥିଲେ। ମୁଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଜୋସ ହାଜେଲଉଡ, ୟଶ ଦୟାଲ ଏବଂ ଭୁବନେଶ୍ୱର କୁମାର ତ୍ରିମୂର୍ତ୍ତିଙ୍କ 6 ଓଭର ମଧ୍ୟରେ ପଞ୍ଜାବ କିଙ୍ଗସର ଶୀର୍ଷ କ୍ରମକୁ ଭାଙ୍ଗି ଦେଇଥିଲା। ପଞ୍ଜାବ ମାତ୍ର 6.3 ଓଭରରେ 50 ରନ ସଂଗ୍ରହ କରି 5 ୱିକେଟ ହରାଇଥିଲା। RCB ବୋଲରଙ୍କ ଦ୍ୱାରା ନିଆଯାଇଥିବା ପ୍ରାରମ୍ଭିକ ବିପର୍ଯ୍ୟୟରୁ ପଞ୍ଜାବ କିଙ୍ଗସ୍ ନିଜକୁ ପୁନରୁଦ୍ଧାର କରିପାରି ନଥିଲା। ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରଭସିମରନ୍ ସିଂହ 17 ରନ କରିଥିଲେ। ମାର୍କସ୍ ଷ୍ଟୋଇନିସ୍ 17 ବଲ୍ ରେ 2 ଚୌକା ଏବଂ 2 ଛକା ସହିତ 26 ରନର ଇନିଂସ ଖେଳିଥିଲେ। ଆଜମାତୁଲ୍ଲା ଉମରଜାଇ 11 ବଲ୍ ରେ 1 ଚୌକା ଏବଂ 1 ଛକା ସହିତ 18 ରନ କରିଥିଲେ। ଏହି କାରଣରୁ ପଞ୍ଜାବ କେବଳ 101 ରନ କରିପାରିଥିଲା।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications