ଆଗାମୀ ଆଇପିଏଲ ପାଇଁ ନୂଆ ଦଳ ଖୋଜୁଛନ୍ତି ରବୀନ୍ଦ୍ର ଜାଡେଜା
ଆଗାମୀ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ନ ପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ ମସିହା ଆଇପିଏଲ ସିଜିନପରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଯୋଗାଯୋଗ ରହିନାହିଁ ।
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ନ ପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ ମସିହା ଆଇପିଏଲ ସିଜିନପରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଯୋଗାଯୋଗ ରହିନାହିଁ । ମିଳିଥିବା ସୂଚନା ମୁତାବକ ରବୀନ୍ଦ୍ର ଜାଡେଜା ଆସନ୍ତା ଆଇପିଏଲରେ କୌଣସି ନୂଆ ଦଳ ସହ ସାମିଲ ହୋଇପାରନ୍ତି । ତେବେ ଚେନ୍ନାଇ ସୁପର କିଙ୍ଗସ୍ ଛାଡିବା ପରେ ସେ ନୂଆ ଦଳ ସହ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ଚଳିତ ବର୍ଷ ଆଇପିଏଲ୍ ଶେଷ ହେବା ପରଠାରୁ ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ ସହ ସମ୍ପର୍କରେ ନାହାଁନ୍ତି । ତେଣୁ ୨୦୨୩ ମସିହା ଆଇପିଏଲରେ ଜାଡେଜା ନୂଆ ଦଳ ସହ ନଜର ଆସିପାରନ୍ତି ।
ଆଇପିଏଲରେ ଚାରି ଥର ଚମ୍ପିଆନ ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୨ ଆଇପିଏଲ ସିଜିନରେ ଏତେ ଭଲ ପ୍ରଦର୍ଶନ କରିନଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ୨୦୨୨ ମସିହା ଆଇପିଏଲ ସିଜିନରେ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ମଙ୍ଗ ଧରି ଥିଲେ । ହେଲେ ସିଜିନ ମଝିରେ ଜାଡେଜାଙ୍କୁ ଅଧିନାୟକ ପଦରୁ ନିବୃତ କରାଯାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଅଧିନାୟକ ପଦ ଦିଆଯାଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଆଇପିଏଲ ପରେ ଜାଡେଜା ତାଙ୍କ ସୋସିଆଲ୍ ମିଡିଆରୁ ସିଏସକେ ସମ୍ଭନ୍ଧୀତ ସମସ୍ତ ପୋଷ୍ଟକୁ ହଟେଇ ଦେଇଥିଲେ । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ କିଛି ପୋଷ୍ଟରେ ସାମିଲ କରିଥିଲେ ବି, ଏହି ପୋଷ୍ଟରେ ଜାଡେଜା କୌଣସି ପ୍ରତିକ୍ରିୟା ରଖିନଥିଲେ । ଯାହା ପରେ ସେ ସିଏସକେ ଦଳ ଛାଡୁଥିବା କଥା ଅଧିକ ଚର୍ଚ୍ଚାକୁ ଆସିଥିଲା ।












Click it and Unblock the Notifications