କ୍ରିକେଟରେ ଭାତରକୁ ଝଟକା : ସିରିଜ୍ ରୁ ବାଦ୍ ପଡିଲେ ରବିଦ୍ର ଜାଡେଜା, ଋଷଭ ପନ୍ତକୁ ନେଇ ରହିଛି ବଡ ଖବର
ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂରା ସିରିଜ୍ରୁ ବାଦ୍ ପଡିଛନ୍ତି।
ସିଡନୀ : ଭାରତୀୟ କ୍ରିକେଟ୍ ଦଳକୁ ଜୋରଦାର୍ ଝଟକା ଲାଗିଛି । ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂରା ସିରିଜ୍ରୁ ବାଦ୍ ପଡିଛନ୍ତି। ଟେଷ୍ଟର ତୃତୀୟ ଦିନରେ ଆଘାତ ଲାଗିବାରୁ ଜାଡେଜାଙ୍କ ବାମ ହାତ ଆଙ୍ଗୁଠି ଭାଙ୍ଗି ଯାଇଛି । ଫଳରେ ଜାଡେଜା ଏବେ ଦ୍ଵିତୀୟ ଇନିଂସରେ ଆଉ ବ୍ୟାଟିଂ କରି ପାରିବେ ନାହିଁ । ସେହିପରି ଅନ୍ୟତମ ଖେଳାଳୀ ଋଷଭ ପନ୍ତଙ୍କ ମଧ୍ୟ କହୁଣୀରେ ଆଘାତ ଲାଗିଛି। ହେଲେ ସେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବେ ବୋଲି ଜଣାପଡିଛି।













Click it and Unblock the Notifications