Ravichandran Ashwin: ଇତିହାସ ରଚିଲେ ଅଶ୍ୱିନ, ଦୁଇ ଦୁଇଟି ରେକର୍ଡ ଜାଣନ୍ତୁ
ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ ୟଙ୍ଗଙ୍କୁ ଆଉଟ୍ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ନାଥାନ ଲିଓନଙ୍କୁ ପଛରେ ପକାଇ ଅଶ୍ୱିନ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର୍ ପାଲଟିଛନ୍ତି। ମାତ୍ର ୩୯ ମ୍ୟାଚ୍ରେ ସେ ଏହି କାରନାମା କରିଦେଖାଇଛନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ପ୍ରଥମେ ଅଷ୍ଟ୍ରେଲିଆର ନାଥାନ ଲିଓନଙ୍କ ନାମରେ ଥିଲା। ଏଯାବତ ସେ ୪୩ ମ୍ୟାଚ୍ ଖେଳିଥିବା ବେଳେ ୧୮୭ ଉଇକେଟ ନେବାରେ ସଫଳ ହୋଇଛନ୍ତି। ପୁଣେ ଟେଷ୍ଟ ପୂର୍ବରୁ ନାଥାନଙ୍କ ରେକର୍ଡ ଭାଙ୍ଗିବାକୁ ଅଶ୍ୱିନଙ୍କୁ ୨ ଉଇକେଟର ଆବଶ୍ୟକତା ଥିଲା। ଏମିତିରେ ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ୨ ଉଇକେଟ ଯିବା ପରେ ସେ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲର ପାଲଟିଛନ୍ତି।
ଅଶ୍ୱିନ ନିଜର ୩୯ ତମ ମ୍ୟାଚ ଖେଳି WTC ରେ ଅଧିକାଂଶ ଉଇକେଟ ରେକର୍ଡ ଭାଙ୍ଗିଥିଲେ। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମଙ୍କୁ ଆଉଟ୍ କରି ସେ ନାଥାନ ଲିଅନଙ୍କ ୧୮୭ ଉଇକେଟର ସମକକ୍ଷ ହୋଇଥିଲେ। ଏହା ପରେ ସେ ୱିଲ ୟଙ୍ଗଙ୍କୁ ଆଉଟ୍ କରି ତାଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଅଶ୍ୱିନ WTC ଇତିହାସରେ ସର୍ବାଧିକ ଉଇକେଟ ନେଇଛନ୍ତି।

ତେବେ ତୃତୀୟ ୱିକେଟ ନେବ ପରେ ଅଶ୍ଵିନୀ ୫୩୧ ୱିକେଟ ନେଇ ଲାୟନଙ୍କୁ ପଛରେ ପକାଇଛନ୍ତି। ସେ ଟେଷ୍ଟ କ୍ରିକେଟର ସର୍ବାଧିକ ୱିକେଟ ନେବା ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ।
ପ୍ରକାଶ ଥାଉକି, ଦ୍ଵିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଏହାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଦ୍ରୁତ ବୋଲର ମ୍ୟାଟ ହେନେରୀଙ୍କ ସ୍ଥାନରେ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କୁ ଟିମରେ ଅନ୍ତର୍ଭୁକ୍ତ କରିଛି ଦଳ। ଅନ୍ୟପଟ ଭାରତୀଯ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି। ମହମ୍ମଦ ସିରାଜ, କେ.ଏଲ୍ ରାହୁଲ ଏବଂ କୁଲଦୀପ ଯାଦବଙ୍କ ସ୍ଥାନରେ ଆକାଶ ଦୀପ, ୱାଶିଂଟନ୍ ସୁନ୍ଦର ଏବଂ ଶୁଭମନ ଗିଲ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।












Click it and Unblock the Notifications