Ravichandran Ashwin: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଘରକୁ ଫେରିଲେ ରବିଚନ୍ଦ୍ରନ ଅଶ୍ୱିନ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ରବିଚନ୍ଦ୍ରନ ଅଶ୍ୱିନ ନିଜ ଦେଶକୁ ଫେରିଛନ୍ତି । ସେ ଫେରିବା ବେଳେ ଚେନ୍ନାଇରେ ତାଙ୍କ ବାସଭବନ ସମ୍ମୁଖରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର କଡ଼ା ମୁକାବିଲା ପରେ ଅଶ୍ୱିନ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନିଜର ଅବସର ଘୋଷଣା କରିଛନ୍ତି ।

''ଏହା ଅନେକ ଲୋକଙ୍କ ପାଇଁ ଭାବପ୍ରବଣ ମୁହୂର୍ତ୍ତ ଅଟେ। କିନ୍ତୁ ମୋ ପାଇଁ ଏହା ଏକ ଆରାମ ଏବଂ ସନ୍ତୋଷର ଏକ ବଡ଼ ଅନୁଭବ'' ବୋଲି ଅଶ୍ୱିନ କହିଛନ୍ତି। ସେ ସିଏସ୍‌କେ ପାଇଁ ଯେତେ ଦିନ ପର୍ଯ୍ୟନ୍ତ ପାରିବେ ଖେଳିବେ ବୋଲି କହିବା ସହ ତାଙ୍କ ସମୟ ସରିନାହିଁ, ବରଂ ଆରମ୍ଭ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି।

ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ବାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ। ଏହାରି ମଧ୍ୟରେ ଅଶ୍ବିନଙ୍କ ପିତା ତାଙ୍କୁ ଉଷ୍ମ ଆଲିଙ୍ଗନ ଏବଂ ଚୁମ୍ବନ ଦେଇ ଅଭିବାଦନ ଜଣାଇଥିଲେ। ସେହି ସମୟର ଭିଡିଓ ଏବେ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପ୍ରଶଂସକମାନଙ୍କ ଡ୍ରମ୍‌ ବାଦ୍ୟ ଓ ଫୁଲ ବର୍ଷଣ ମଧ୍ୟରେ ଅଶ୍ବିନଙ୍କ ବାପାଙ୍କ ସୁନ୍ଦର ଅଭିବାଦନ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

Ravichandran Ashwin

ଗୋଟିଏ ଗଣମାଧ୍ୟମକୁ ଅଶ୍ୱିନଙ୍କ ବାପା ରବିଚନ୍ଦ୍ରନ କହିଛନ୍ତି, "ଶେଷ ମୁହୂର୍ତ୍ତରେ ମୁଁ ମଧ୍ୟ ଅବସର ସମ୍ପର୍କରେ ଜାଣିବାକୁ ପାଇଥିଲି। ତା' ଇଚ୍ଛା ଓ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଁ ଏଥିରେ ହସ୍ତକ୍ଷେପ କରିନାହିଁ। କିନ୍ତୁ ସେ ଯେଉଁଭଳି ଭାବେ ଅବସର ଘୋଷଣା କଲା, ତା' ପଛରେ ସମ୍ଭବତଃ ଅନେକ କାରଣ ରହିଥାଇ ପାରେ। କେବଳ ଅଶ୍ୱିନ ସେକଥା ଜାଣିଛି। ସମ୍ଭବତଃ ସେ ଅପମାନିତ ବୋଧ ପ୍ରକାଶ କରିଛି।"

ବୁଧବାର ହଠାତ୍‌ ଅଶ୍ୱିନ ଅବସର ଘୋଷଣା କରିବା କଥା ଶୁଣି ପରିବାର ଲୋକ ଭାବବିହ୍ୱଳ ହୋଇଯାଇଥିଲେ କି ପ୍ରଶ୍ନରେ ରବିଚନ୍ଦ୍ରନ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ସେ ପଡ଼ିଆରେ ୧୪ରୁ ୧୫ ବର୍ଷ ହେଲା ରହିଥିଲା। ହଠାତ ପରିବର୍ତ୍ତନ ଓ ଅବସର ନିଶ୍ଚିତ ଭାବେ ଆମକୁ ଝଟକା ଦେଇଛି।

ସମାନ ସମୟରେ ଆମେ ଏସବୁ ପଛରେ ସେ ସାମ୍ନା କରୁଥିବା ଅପମାନ ମଧ୍ୟ ଗୋଟିଏ କାରଣ ରହିଥାଇ ପାରେ ବୋଲି ଆଶଙ୍କା କରିଛୁ। ସେ କେତେ ଦିନ ଯାଏ ଏସବୁ ସହ୍ୟ କରି ରହିଥାଆନ୍ତା? ସମ୍ଭବତଃ ସେ ନିଜେ ସବୁ କିଛି ଭାବି ନିଷ୍ପତ୍ତି ନେଇଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+