ଆନ୍ତର୍ଜାତିକ କ୍ରିକେଟକୁ ବାଏ ବାଏ କଲେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନୀ
ଆନ୍ତର୍ଜାତିକ କ୍ରିକେଟକୁ ବାଏ ବାଏ କଲେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନୀ । ବର୍ଡର-ଗାଭାସ୍କର ଟ୍ରଫିର ମଝିରେ ଅଶ୍ବିନୀ ସମସ୍ତଙ୍କୁ ଚକିତ କରି ଇଣ୍ଟରନ୍ୟାଶନାଲ କ୍ରିକେଟରୁ ବିଦାୟ ନେଇଛନ୍ତି ଅଶ୍ବିନୀ । ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଶ୍ବିନୀଙ୍କ ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଦ୍ବିତୀୟ ଖେଳାଳି ଭାବେ ଅଧିକ ଓ୍ବିକେଟ ନେଇଛନ୍ତି ।
ଅଶ୍ୱିନଙ୍କ ଏପର୍ଯ୍ୟନ୍ତ ଏକ ଦୃଢ଼ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିଅରରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ଖବରଦାତା ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।
୧୦୬ ଟେଷ୍ଟ ଖେଳିଥିବା ଅଶ୍ବିନୀ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେ ଆଡିଲେଡରେ ଶେଷ ମ୍ୟାଚ ଖେଳିଥିଲେ। ଅଶ୍ବିନୀ ୩୭ ଥର ୫ ଓ୍ବିକେଟ ସଫଳତା ହାତେଇଛନ୍ତି। ସେ ସେନ୍ ଓ୍ବାର୍ଣ୍ଣଙ୍କ ସହିତ ସମକକ୍ଷ ହୋଇଛନ୍ତି ୫ ଓ୍ବିକେଟ ସଫଳତାରେ।

ଟେଷ୍ଟ କ୍ରିକେଟରେ ଅଶ୍ବନୀଙ୍କ ନାମରେ ୩୫୦୩ ରନ୍ ରହିଛି। ସେ ଟେଷ୍ଟ କ୍ରିକେଟରେ ୬ଟି ଶତକୀୟ ଇନିଂସ୍ ଖେଳିଥିବା ବେଳେ ୧୪ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି। ୩୮ ବର୍ଷୀୟ କ୍ରିକେଟର ଆର୍ ଅଶ୍ୱିନ୍ଙ୍କ ନାଁରେ ଅନେକ ରେକର୍ଡ ରହିଛି। ସେ କ୍ରିକେଟ୍ ଜଗତରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ଅଟନ୍ତି। ତାଙ୍କ ନାମରେ ମୋଟ ୫୩୭ଟି ଟେଷ୍ଟ ୱିକେଟ୍ ରହିଛି।ସେହିପରି ODIରେ ୧୫୬ଟି ୱିକେଟ୍, ଟି-୨୦ରେ ୭୨ ୱିକେଟ୍, ଅନ୍ତର୍ଜାତୀୟ କ୍ୟାରିୟରରେ ୭୬୫ ୱିକେଟ୍ ନେଇଛନ୍ତି ଅଶ୍ୱିନ୍। ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି (11 ଥର), ଯାହା ମୁରଲୀଧରନ୍ଙ୍କ ସହ ସମାନ। ଜଣେ ସ୍ପିନର ଭାବରେ ତାଙ୍କ ବୋଲିଂ ଷ୍ଟ୍ରାଇକ୍ ହାର ହେଉଛି ୫୦.୭(୨୦୦+ ୱିକେଟ୍), ଯାହା ସର୍ବାଧିକ।
କେବଳ ସ୍ପିନ୍ର୍ ନୁହନ୍ତି ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ଅଶ୍ୱିନ୍ ନିଜର ଛାପ ଛାଡ଼ିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫୦୩ ରନ୍ ସଂଗ୍ରହ କରି ମୋଟ ୬ ଟେଷ୍ଟ ଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ମୋଟ ୮ଟି ଶତକ ରହିଛି ।












Click it and Unblock the Notifications