BCCI Awards: ରବି ଶାସ୍ତ୍ରୀଙ୍କୁଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ପୁରସ୍କାର ପାଇଥିବା ସମ୍ପୂର୍ଣ୍ଣ ଲିଷ୍ଟ ଜାଣନ୍ତୁ
ବିସିସିଆଇ ପୁରସ୍କାର: ବିସିସିଆଇ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ସମ୍ମାନିତ କରିଛି । ଦୁଇ ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ଏବଂ ରବି ଶାସ୍ତ୍ରୀଙ୍କୁ ସି.କେ ନାଇଡୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା ।
ଯେତେବେଳେ ରବି ଶାସ୍ତ୍ରୀ ତାଙ୍କ ପୁରସ୍କାର ଗ୍ରହଣ କରିବାକୁ ଆସିଲେ ସେତେବେଳେ ତାଙ୍କୁ 'ଆଇସ ଅନ ଦି କେକ୍' ମୁହୂର୍ତ୍ତ ବିଷୟରେ ପଚରାଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାବେଳେ ଶାସ୍ତ୍ରୀଙ୍କ ଉତ୍ସାହ ଏତେ ଥିଲା ଯେ ସେ କମେଣ୍ଟ୍ରୀ କରିଥିଲେ।

ରବି ଶାସ୍ତ୍ରୀ କହିଛନ୍ତି ଯେ ଅନେକ ଭଲ ମୁହୂର୍ତ୍ତ ଆସିଛି । 1983 ବିଶ୍ୱକପ୍, ମୋର ଡବଲ୍ ଶତକ ଏବଂ 2011 ବିଶ୍ୱକପ୍ ଫାଇନାଲରେ ଧୋନିଙ୍କ ଛଅଟି ଯେତେବେଳେ ମୁଁ କମେଣ୍ଟ୍ରୀ କରିଥିଲି । ଯଦି ଆମେ ସର୍ବୋତ୍ତମ ମୁହୂର୍ତ୍ତ ବିଷୟରେ କଥା ହେବା, ତେବେ ଏହା ଗାବା ଟେଷ୍ଟ ମ୍ୟାଚ୍ ଯେଉଁଥିରେ ଭାରତ ବହୁତ୍ କଷ୍ଟରେ ମ୍ୟାଚ ଜିତିଥିଲା ଏବଂ ରିଷଭ ପନ୍ତ ଆଗେଇ ଆସିଥିଲେ। ଶାସ୍ତ୍ରୀ ଏହା କହିବାବେଳେ ସମ୍ପୂର୍ଣ୍ଣ ଉତ୍ସାହରେ ଥିଲେ ଏବଂ ତାଙ୍କ କଥା ଶୁଣିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ଜୋରରେ କରତାଳି ଦେଇଥିଲେ । ବିସିସିଆଇ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।
𝘿𝙊 𝙉𝙊𝙏 𝙈𝙄𝙎𝙎!
Col. C.K. Nayudu Lifetime Achievement Award winner @RaviShastriOfc speaks about his "icing on the cake" moment 😃👌#NamanAwards pic.twitter.com/H1Ztd7SzkN
— BCCI (@BCCI) January 23, 2024
କରୋନା ଅବଧି ପରେ ପ୍ରଥମ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ହାଇଦ୍ରାବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭମାନ ଗିଲ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ଅଶ୍ୱିନ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଗ୍ରହଣ କରିଥିଲ । ବିଭିନ୍ନ ବର୍ଷ ଆଧାରରେ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟ କିଛି ପୁରସ୍କାର ମଧ୍ୟ ଥିଲା ।
ବିସିସିଆଇ ପୁରସ୍କାର ବିଜେତା ଖେଳାଳିଙ୍କ ତାଲିକା (ପୂର୍ଣ୍ଣ ତାଲିକା ବିସିସିଆଇ ପୁରସ୍କାର ବିଜେତା )
ଦିଲୀପ ସରଦେସାୟୀ ପୁରସ୍କାର: ରବିଚନ୍ଦ୍ରନ ଅଶ୍ୱିନ (ୱିକେଟ୍), ଯଶସ୍ୱୀ ଜୟସୱାଲ (ରନ୍)
ଶ୍ରେଷ୍ଠ ଆନ୍ତର୍ଜାତୀୟ ଡେବ୍ୟୁ: ମୟଂକ୍ ଅଗ୍ରୱାଲ, ଅକ୍ଷର ପଟେଲ, ଶ୍ରେୟସ୍ ଆୟର, ଯଶସ୍ୱୀ ଜୟସୱାଲ
ପଲି ଉମ୍ରିଗର ପୁରସ୍କାର (ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର): ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମ୍ରା, ଶୁବମାନ ଗିଲ
ସି.କେ ନାଇଡୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର: ଫାରୁକ୍ ଇଞ୍ଜିନିୟର, ରବି ଶାସ୍ତ୍ରୀ
ବିସିସିଆଇ ପୁରସ୍କାର ଜିତିଥିବା ମହିଳା କ୍ରିକେଟର
ଶ୍ରେଷ୍ଠ ମହିଳା ଆନ୍ତର୍ଜାତୀୟ କ୍ରିକେଟର: ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା
ଶ୍ରେଷ୍ଠ ଆନ୍ତର୍ଜାତୀୟ ଡେବ୍ୟୁ: ପ୍ରିୟା ପୁନିଆ, ଶେଫାଳୀ ବର୍ମା, ସାବିନେନି ମାଗନା, ଅମନଜ୍ୟୋତ କୌର












Click it and Unblock the Notifications