ଆଇପିଏଲ ୨୦୨୨: ନୂଆ ରୂପରେ ଡେବ୍ୟୁ କରିବେ ‘ମିଷ୍ଟର ଆଇପିଏଲ’

ମିଷ୍ଟର ଆଇପିଏଲ୍‌ ଓରଫ୍‌ ସୁରେଶ ରାଇନାଙ୍କୁ ଚଳିତ ଆଇପିଏଲର 15 ତମ ସିଜିନରେ ନୂଆ ରୂପରେ ଦେଖଇବାକୁ ମିଳିବ । ଏଥର କିନ୍ତୁ ଏହି ମିଷ୍ଟର ଆଇପିଏଲ୍‌ ହାତରେ ବ୍ୟାଟ୍‌ ନୁହେଁ ଧରିବେ ମାଇକ୍‌।

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍‌ ଓରଫ୍‌ ସୁରେଶ ରାଇନାଙ୍କୁ ଚଳିତ ଆଇପିଏଲର 15 ତମ ସିଜିନରେ ନୂଆ ରୂପରେ ଦେଖଇବାକୁ ମିଳିବ । ଏଥର କିନ୍ତୁ ଏହି ମିଷ୍ଟର ଆଇପିଏଲ୍‌ ହାତରେ ବ୍ୟାଟ୍‌ ନୁହେଁ ଧରିବେ ମାଇକ୍‌। ଚୌକା ଛକା ନୁହେଁ ଏଥର ରାଇନା କରିବେ କମେଣ୍ଟ୍ରି ବର୍ଷା। କ୍ରିକେଟ ପିଚ୍‌ ବଦଳରେ ସେ କମେଣ୍ଟ୍ରି ବକ୍ସର ଶୋଭା ବଢ଼ାଇବେ।

Suresh Raina

ଚଳିତ ଆଇପିଏଲ୍‌ର ୧୫ତମ ସିଜନ୍‌ରେ ସୁରେଶ ରାଇନା କରିବେ କମେଣ୍ଟ୍ରି। ତାଙ୍କୁ ହିନ୍ଦୀ କମେଣ୍ଟେଟର ଭାବେ ଦେଖିବାକୁ ମିଳିବ। ଏନେଇ ଆଇପିଏଲ୍‌ର ଅଧିକାରିକ ପ୍ରସାରଣକର୍ତ୍ତା ଷ୍ଟାର୍‌ ସ୍ପୋର୍ଟସ୍‌ ପକ୍ଷରୁ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ଷ୍ଟାର୍‌ ସ୍ପୋର୍ଟସ ତା' ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲରେ ମିଷ୍ଟର ଆଇପିଏଲ୍‌ଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ସେହିପରି ଆଇପିଏଲ ଜରିଆରେ କମେଣ୍ଟ୍ରି ଦୁନିଆକୁ ଫେରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଏଥିସହ କମେଣ୍ଟ୍ରି କ୍ଷେତ୍ରରେ ପାଦ ଦେଉଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା। ଉଭୟ ଆଇପିଏଲର ହିନ୍ଦୀ କମେଣ୍ଟ୍ରି ଗ୍ରୁପରେ ଅଛନ୍ତି। ଶାସ୍ତ୍ରୀ ଏବଂ ରୈନାଙ୍କୁ ହିନ୍ଦୀରେ କମେଣ୍ଟ୍ରି କରୁଥିବା ଦର୍ଶକ ଦେଖିବାକୁ ପାଇବେ।

ଶାସ୍ତ୍ରୀ କୋଚ୍ ପଦରେ କାର୍ଯ୍ୟକାଳ ସରିବା ପରେ କମେଣ୍ଟ୍ରି ଦୁନିଆକୁ ଫେରିବେ ବୋଲି ସଙ୍କେତ ଦେଇ ସାରିଥିଲେ। ଜୁନ ମାସରେ ଭାରତର ଇଂଲଣ୍ଡ ଗସ୍ତରେ ଟେଷ୍ଟ ମ୍ୟାଚ୍‌ରେ ତାଙ୍କୁ କମେଣ୍ଟ୍ରି କରୁଥିବା ଦେଖିବାକୁ ପାଇବେ ବୋଲି ସେ ଇଶାରା କରିଥିଲେ। ତେବେ ଆଇପିଏଲ୍ ଜରିଆରେ ଶୀଘ୍ର କମେଣ୍ଟ୍ରି କରିବାକୁ ଯାଉଥିବା ବୋଧହୁଏ କେହି ଆଶା କରିନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+