ଆଇପିଏଲ ଛାଡିବାକୁ ବିରାଟଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ, ଜାଣନ୍ତୁ କାହିଁକି ?
ଆଇପିଏଲ ଛାଡିବାକୁ ବିରାଟଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ । ଆଇପିଏଲରୁ ବାହାରି ଯାଆନ୍ତୁ କୋହଲି । କିଛି ଏଭଳି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର କୋଚ୍ ରବି ଶାସ୍ତ୍ରୀ ।
ନୂଆଦିଲ୍ଲୀ: ଆଇପିଏଲ ଛାଡିବାକୁ ବିରାଟଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ । ଆଇପିଏଲରୁ ବାହାରି ଯାଆନ୍ତୁ କୋହଲି । କିଛି ଏଭଳି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର କୋଚ୍ ରବି ଶାସ୍ତ୍ରୀ ।

ନିଜ ମାନସିକତାକୁ ପୁଣିଥରେ ସତେଜ କରିବା ପାଇଁ ବିରାଟ କୋହଲି କିଛି ସମୟ ପାଇଁ ବ୍ରେକ ନିଅନ୍ତୁ। ବିଶେଷ କରି ଆଇପିଏଲରୁ ବିରାଟ ଓହରି ଯାଆନ୍ତୁ ବୋଲି ଶାସ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି।
କହିରଖୁ କି, ବିରାଟ କୋହଲି ବର୍ତ୍ତମାନ ନିଜ କ୍ୟାରିୟର୍ର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲରେ ବିରାଟ ଏଯାଏ ୯ଟି ମ୍ୟାଚ୍ରୁ କେବଳ ୧୨୮ ରନ୍ କରିପାରିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ହାଇଦ୍ରାବାଦ ବିପକ୍ଷରେ ବିରାଟ ଗୋଲ୍ଡେନ ଡକ୍ ହୋଇଥିଲେ।
ସେହିପରି ମଙ୍ଗଳବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ କେବଳ ୯ ରନ୍ କରିପାରିଛନ୍ତି। ବିରାଟ କ୍ରମାଗତ ଫେଲ ମାରୁଥିବାରୁ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି।
ଶାସ୍ତ୍ରୀ ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, "ମୁଁ ଭାବୁଛି ଗୋଟିଏ ବ୍ରେକ ବିରାଟଙ୍କ ପାଇଁ ଉଚିତ ପଦକ୍ଷେପ ହେବ। କାରଣ ଦୀର୍ଘ ଦିନ ହେଲା ସେ ନନଷ୍ଟପ କ୍ରିକେଟ ଖେଳି ଆସୁଛନ୍ତି। ସେ ସବୁ ଫର୍ମାଟରେ କ୍ୟାପ୍ଟେନ୍ସି କରୁଥିଲେ। ତେଣୁ ଏବେ କିଛି ସମୟ ପାଇଁ ବ୍ରେକ ନେବା ତାଙ୍କ ପାଇଁ ଶ୍ରେୟସ୍କର।












Click it and Unblock the Notifications