Get Updates
Get notified of breaking news, exclusive insights, and must-see stories!

ଏସିଆନ୍ ଗେମ୍ସରୁ ଖେଳି ପାରିବେନି ରବି ଦହିୟା

ନୂଆଦିଲ୍ଲୀ: ଏସିଆନ ଗେମ୍ସ ଟ୍ରାଏଲରେ ଏକ ବଡ ଧରଣର ବିପର୍ଯ୍ୟୟ । ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇ ପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ୫୭ କେଜି ବର୍ଗର ଟ୍ରାଏଲ୍ସରେ ସେ ଆତୀଶ ଟୋଡକରଙ୍କ ଠୁ ପରାସ୍ତ ହୋଇ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ।

ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ରର ଖେଳାଳି ଅତିଶ ତୋଡକର ତାଙ୍କୁ ୨୦-୮ରେ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ଆଗାମୀ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ଏହି ଅଲମ୍ପିକ ରୌପ୍ୟ ପଦକ ବିଜେତା ।

Ravi Dahiya

ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ କରାଯାଇଥିବା ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ଦାହିୟାଙ୍କୁ ରେସଲର ମୈଦାନରେ ସହନ ଶକ୍ତିର ମେସିନ କୁହାଯାଏ । ସେ ଏ ଭଳି ଭାବେ ପରାଜିତ ହେବେ ବୋଲି କେହି ଭାବି ନ ଥିଲେ ।

ଉଲ୍ଲେଖଥାଉ କି, ରବି ଦହିୟା ହେଉଛନ୍ତି ସେହି ଖେଳାଳି ଯିଏକି ୨୦୧୫ ଜୁନିୟର ରେସଲିଂ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ଆହତ ଜନିତ କାରଣ ହେତୁ ସେ କିଛି ମାସ ଧରି ଖେଳଠାରୁ ଦୂରରେ ରହିଥିଲେ । ତେବେ ପୁଣିଥରେ ସେ ଯେତେବେଳେ କମବ୍ୟାକ୍ କରିଥିଲେ, ସେତେବେଳେ ୨୦୧୮ ଅଣ୍ଡର-୨୩ ରେସଲିଂ ଚାମ୍ପିୟନସରେ ସେ ରୌପ୍ୟ ପଦକ ଜିତିଥିଲେ । ଖାଲି ସେତିକି ନୁହେଁ ୨୦୧୯ ପ୍ରୋ-ରେସଲିଂ ଲିଗରେ ମଧ୍ୟ ସେ ଅପରାଜିତ ରହିବା ସହିତ ନିଜ ଟିମକୁ ଟାଇଟଲ ଜିତାଇଥିଲେ ।

ରବି ଦହିୟା ଗତ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିଲେ । ଏହାବାଦ୍ ୨୦୧୯ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ବ୍ରୋଞ୍ଜ ମେଡାଲ ନିଜ ନାଁରେ କରିଥିଲେ । ହେଲେ ଏଥର କିନ୍ତୁ ଏହି ରେସଲର ଜଣକ ଏସିଆନ୍ ଗେମ୍ସରେ ନଜର ଆସିବେନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+