ଛାତ୍ରଛାତ୍ରୀଙ୍କ ଆଗରେ ନଇଁଲେ ରେଭେନ୍ସା କର୍ତ୍ତୃପକ୍ଷ, ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି

ଛାତ୍ରଛାତ୍ରୀଙ୍କ ଆଗରେ ନଇଁଲେ ରେଭେନ୍ସା କର୍ତ୍ତୃପକ୍ଷ । ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ ।

କଟକ: ଛାତ୍ରଛାତ୍ରୀଙ୍କ ଆଗରେ ନଇଁଲେ ରେଭେନ୍ସା କର୍ତ୍ତୃପକ୍ଷ । ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କିମ୍ବା କୌଣସି ନିଷ୍ପତ୍ତି ଵିରୋଧରେ ପ୍ରତିବାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

Ravenshaw University

ତେବେ ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍‌ ୨୪ ଘଣ୍ଟାରେ ପୂର୍ବରୁ ପ୍ରତ୍ୟାହୃତ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍‌ ଜାରି କରିଥିଲେ। କର୍ତ୍ତୃପକ୍ଷ ସେଥିରେ ଦର୍ଶାଇଥିଲେ, ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ। ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଧାରଣା ଦେଲେ କି ଆନ୍ଦୋଳନ କଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ହେବେ ।

ନୋଟିସ୍‌ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ମୋଟର ସାଇକେଲ ଚଳାଇ ପାରିବେ ନାହିଁ। ସେଥିପାଇଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ସମୟ ଦେବାକୁ ପଡ଼ିବ ସତ୍ୟପାଠ। ତା' ଛଡ଼ା ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡିଂ କରି ପାରିବେ ନାହିଁ । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଦେଇଥିଲା । ଛାତ୍ର ଆନ୍ଦୋଳନ ଚେତାବନୀ ପରେ ରେଭେନ୍ସା କର୍ତ୍ତୃପକ୍ଷ ତରବରିଆ ଭାବେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+