Get Updates
Get notified of breaking news, exclusive insights, and must-see stories!

ଶେଷ ହେଲା ରଥଟଣା, ଶରଧା ବାଲିରେ ଲାଗିଲା ୩ ରଥ

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶେଷ ହେଲା ରଥଟଣା । ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଲା ୩ ରଥ ।

ପୁରୀ: ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶେଷ ହେଲା ରଥଟଣା । ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଲା ୩ ରଥ । ଆସନ୍ତକାଲି ଜନ୍ମଦେବୀକୁ ବିଜେ କରିବେ ମହାପ୍ରଭୁ ।

Ratha Yatra 2022

କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେଲା ଭକ୍ତ ଶୂନ୍ୟ ଥିଲା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇଯାଇଥିଲେ ଭକ୍ତ । ରଥଯାତ୍ରା ପାଇଁ ଆଜି ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର।

ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ପୁରୀରେ ହୋଇଛି।

Ratha Yatra 2022

ଦିନ ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା' ସୁଭଦ୍ରାଙ୍କ ଦେବଦଳନ ରଥ, ଆଉ ଶେଷରେ ଘର୍ଘରନାଦରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ସନ୍ଧ୍ୟା ହେବା ପୂର୍ବରୁ ସବୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

ପବିତ୍ର ଘୋଷଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆଜି ପୁରୀ ଛୁଟି ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକାଠି ହୋଇ ଦଉଡ଼ି ଧରି ରଥ ଟାଣିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+