Rashid Khan: ଇତିହାସ ରଚିଲେ ରସିଦ ଖାନ୍; ଟି-୨୦ରେ ବଡ଼ ରେକର୍ଡ଼

ରସିଦ ଖାନ୍ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି ରସିଦ । ରସିଦ୍ ବର୍ତ୍ତମାନ ଏସଏ୨୦ରେ ଖେଳୁଛନ୍ତି, ଯାହା ମାଧ୍ୟମରେ ସେ ସର୍ବାଧିକ ଟି-୨୦ ଉଇକେଟ ପାଇଁ ଟାଇଟଲ ହାସଲ କରିଛନ୍ତି ।

ପ୍ରଥମ କ୍ୱାଲିଫାୟର ମ୍ୟାଚ ପାର୍ଲ ରୟାଲ୍ସ ଓ ଏମଆଇ କେପଟାଉନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରଶିଦ ପ୍ରଥମ ଉଇକେଟ ନେବା ମାତ୍ରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଥିଲେ। ବ୍ରାଭୋ ତାଙ୍କ ଟି-୨୦ କ୍ୟାରିୟରରେ ୬୩୧ ଉଇକେଟ ନେଇଥିବା ବେଳେ ରଶିଦ ଏବେ ୬୩୩ ଉଇକେଟ ନେଇଛନ୍ତି।

୧୦ ବର୍ଷରୁ କମ ସମୟ ମଧ୍ୟରେ ରସିଦ ଏହି ସଫଳତା ହାସଲ କରିଛନ୍ତି। ଅକ୍ଟୋବର ୨୦୧୫ରେ ଜିମ୍ବାୱେ ବିପକ୍ଷରେ ରସିଦ ଟି-୨୦ ପଦାର୍ପଣ କରିଥିଲେ, ଯେଉଁଠାରେ ସେ ମାତ୍ର ୧ଟି ଉଇକେଟ ନେଇଥିଲେ । ଏବେ ୧୦ ବର୍ଷରୁ କମ ସମୟ ମଧ୍ୟରେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି ।

Rashid Khan

ଗତବର୍ଷ (୨୦୨୪) କ୍ରିକେଟରୁ ଅବସର ନେଇଥିବା ଡ୍ବେନ ବ୍ରାଭୋ ୨୦୦୬ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ପଦାର୍ପଣ କରିଥିଲେ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପହଞ୍ଚିବା ପାଇଁ ବ୍ରାଭୋଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଥିବା ବେଳେ ରସିଦ ଖାନ ୧୦ ବର୍ଷରୁ କମ ସମୟ ମଧ୍ୟରେ ଅଧିକ ସଂଖ୍ୟା ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରାଭୋ ୫୮୨ ଟି-୨୦ ମ୍ୟାଚ ରେ ୨୪.୪୦ ହାରରେ ୬୩୧ ଉଇକେଟ ନେଇଛନ୍ତି। ଅପରପକ୍ଷରେ ରଶିଦ ମାତ୍ର ୪୬୧ ମ୍ୟାଚରେ ୧୮.୦୭ ହାରାହାରିରେ ୬୩୩ ଉଇକେଟ ନେଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ ୫୭୩ ଉଇକେଟ ନେଇଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଚତୁର୍ଥ ଓ ବାଂଲାଦେଶର ସାକିବ ଅଲ ହାସନ ପଞ୍ଚମ ସ୍ଥାନରେ ରହିଛନ୍ତି।

ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି:
ରଶିଦ ଖାନ (ଆଫଗାନିସ୍ତାନ) - ୬୩୩ ଉଇକେଟ
ଡ୍ବେନ ବ୍ରାଭୋ (ୱେଷ୍ଟଇଣ୍ଡିଜ) - ୬୩୧ ଉଇକେଟ
ସୁନୀଲ ନାରାୟଣ (ୱେଷ୍ଟଇଣ୍ଡିଜ) - ୫୭୩ ଉଇକେଟ
ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା) - ୫୩୧ ଉଇକେଟ
ସାକିବ ଅଲ ହାସନ (ବାଂଲାଦେଶ) - ୪୯୨ ଉଇକେଟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+