ରଣଜୀ ଟ୍ରଫି: ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଦ୍ବିଶତକ, 535 ରନରେ ପାଳି ଘୋଷଣା କଲା ଓଡିଶା
ଟାଙ୍ଗି ସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ବନାମ ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚରେ ଆଜି ଓଡିଶାର ଯୁବ ଓପନର ଶାନ୍ତନୁ ମିଶ୍ର ଅପରାଜିତ ଦ୍ବିଶତକ ହାସଲ କରିଛନ୍ତି । ସେହିପରି ପ୍ରୟାସ ସିଂ ଶତକ ମଧ୍ୟ ଏକ ଶତକ ହାସଲ କରିଛନ୍ତି ।
କଟକ: ଟାଙ୍ଗି ସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ବନାମ ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚରେ ଆଜି ଓଡିଶାର ଯୁବ ଓପନର ଶାନ୍ତନୁ ମିଶ୍ର ଅପରାଜିତ ଦ୍ବିଶତକ ହାସଲ କରିଛନ୍ତି । ସେହିପରି ପ୍ରୟାସ ସିଂ ଶତକ ମଧ୍ୟ ଏକ ଶତକ ହାସଲ କରିଛନ୍ତି । ଦୁଇ ବ୍ୟାଟରଙ୍କ ଲମ୍ଭା ଇଂନିସ ବଳରେ ଘରୋଇ ଓଡିଶା ଦଳ ପ୍ରଥମ ପାଳିରେ 535 ରନରେ ପାଳି ଘୋଷଣା କରିଛି ।

ଆଜି (ଶୁକ୍ରବାର) ଟିମ ଓଡିଶା ଗୁରୁବାର (ତୃତୀୟ ଦିବସ) ର ଅସମାପ୍ତ ସ୍କୋର 392/6 ରନରୁ ଖେଳ ଆରମ୍ଭ କରିଥିଲା । ଶାନ୍ତନୁ (134 ରନ, 323 ବଲ୍, 15 ଚୌକା) ଅପରାଜିତ ରହିଥିଲେ । ତେବେ ଆଜି 405 ବଲରୁ ସେ ଅପରାଜିତ 200 ରନ ସ୍କୋର କରିବା ପରେ ପାଳି ଘୋଷଣା କରିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ଫଳରେ ନାଗାଲାଣ୍ଡର ପ୍ରଥମ ପାଳି ସ୍କୋର୍ 433 ରନ ଆଧରରେ ଓଡିଶା 102 ରନରେ ଅଗ୍ରଣୀ ହାସଲ କରିଛି ।
ତେବେ ଆଜି ଶେଷ ଦିବସ ହୋଇଥିବା ବେଳେ ମ୍ୟାଚ ଅମୀମାଂସିତ ମୁହାଁ ହୋଇଛି । ତେବେ ଏହି ମ୍ୟାଚରୁ ପାଳି ଅଗ୍ରଣୀ ହାସଲ କରି ଓଡ଼ିଶା 3 ପଏଣ୍ଟ ନେବା ଲକ୍ଷ୍ୟରେ ରଖିଛି ।












Click it and Unblock the Notifications