Ranji Trophy: ରଣଜୀ ଖେଳିବେ ଋଷଭ୍ ପନ୍ଥ ଓ ବିରାଟ କୋହଲି !
ପୁଣିଥରେ ଘରୋଇ କ୍ରିକେଟକୁ ଫେରିବେ କି ଷ୍ଟାର କ୍ରିକେଟର? ରଣଜୀ ଟ୍ରଫି ୨୦୨୪-୨୫ର ପରବର୍ତ୍ତୀ ରାଉଣ୍ଡ ପାଇଁ ସମ୍ଭାବ୍ୟ ଦଳରେ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ନାଁ ଯୋଡ଼ାଯିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା।

ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଅନେକ ପୂର୍ବତନ କ୍ରିକେଟର ଓ କ୍ରୀଡ଼ା ସମୀକ୍ଷକ ଖରାପ ଫର୍ମ ଦେଇ ଗତି କରୁଥିବା କ୍ରିକେଟର ଘରୋଇ କ୍ରିକେଟ ଖେଳିବା ଉଚିତ ବୋଲି ଦାବି କରୁଛନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୟନକର୍ତ୍ତାମାନେ କୋହଲିଙ୍କ ସହ ଏନେଇ କୌଣସି ଆଲୋଚନା କରିନାହାନ୍ତି। କୋହଲି ମଧ୍ୟ ରଣଜୀ କ୍ରିକେଟ ଖେଳିବା ନେଇ ନିଜଆଡ଼ୁ କୌଣସି ଆଗ୍ରହ ଦେଖାଇନାହାନ୍ତି। ତେଣୁ ସମ୍ଭାବ୍ୟ ତାଲିକାରେ ନାଁ ଥିଲେ ବି କୋହଲି ଓ ପନ୍ତଙ୍କ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଶେଷ ଥର ପାଇଁ ୨୦୧୨ରେ ରଣଜୀ ଟ୍ରଫି ଖେଳିଥିଲେ ବିରାଟ କୋହଲି। ସେହିଭଳି ଋଷଭ ପନ୍ତ ଶେଷ ଥର ପାଇଁ ୨୦୧୭ରେ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ନଜର ଆସିଥିଲେ। କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।,,
ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ (DDCA) ସମ୍ପାଦକ ଅଶୋକ ଶର୍ମା ନିକଟରେ କୋହଲି ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ଉଚିତ ବୋଲି କହିଥିଲେ। ଦିଲ୍ଲୀ ପାଇଁ ଷ୍ଟାର କ୍ରିକେଟରମାନେ ଡୋମେଷ୍ଟିକ କ୍ରିକେଟ ଖେଳିବା ଏବେ କମିଗଲାଣି ବୋଲି ସେ କହିଥିଲେ। ତେଣୁ ମୁମ୍ବାଇ ଖେଳାଳୀଙ୍କଠାରୁ ଶିଖିବାକୁ କୋହଲିଙ୍କୁ ପରାମର୍ଶ ଦେଇଥିଲେ ଅଶୋକ ଶର୍ମା। ନିକଟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ରଣଜୀ ଟ୍ରଫି ସ୍କ୍ୱାଡ ସହ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।












Click it and Unblock the Notifications