Get Updates
Get notified of breaking news, exclusive insights, and must-see stories!

Ranji Trophy: ଉତ୍ତର ପ୍ରଦେଶ ବିରୋଧରେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରୁଛି ଓଡ଼ିଶା

ପ୍ରଥମ ମ୍ୟାଚ୍‌ ହାରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳ ଶନିବାରଠାରୁ ରଣଜୀ ଟ୍ରଫିରେ ଦ୍ବିତୀୟ ମ୍ୟାଚ୍‌ ଖେଳୁଛି । କାନପୁରରେ ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍‌ 'ଏ'ରେ ଥିବା ଓଡ଼ିଶା ଦଳ ଘରୋଇ ଉତ୍ତର ପ୍ରଦେଶର ମୁକାବିଲା କରୁଛି । ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଦଳ ଶୀଘ୍ର ଝଟକା ପାଇଛି ।

ବାରବାଟୀ ଷ୍ଟାଡିୟମ୍‌ରେ ବରୋଦାଠାରୁ ହାରିବା ପରେ ଏହି ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଓଡ଼ିଶା ଖେଳିବ। ଓଡ଼ିଶା ବିପକ୍ଷରେ ବରୋଦା ସମସ୍ତ ବିଭାଗରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଉଭୟ ଇନିଂସରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପ୍ରଥମ ଇନିଂସରେ ରାଜେଶ ଧୁପର ୯୪ ରନ୍‌ କରିଥିଲେ। ତେବେ ଓଡ଼ିଶା ପାଇଁ ଚିନ୍ତାର ବିଷୟ ଥିଲା ଧାରହୀନ ବୋଲିଂ। ବରୋଦା ୭/୪୧୩ ରନ୍‌କରି ଓଡ଼ିଶାକୁ ଚାପରେ ପକାଇଥିଲା। ଦ୍ବିତୀୟ ଇନିଂସରେ ଓଡ଼ିଶା ୬୦ ଓଭର ମଧ୍ୟ ଖେଳି ନ ପାରି ପରାସ୍ତ ହୋଇଥିଲା। ଏହି ଇନିଂସରେ ଶୁଭ୍ରାଂଶୁ ଏକା ଲଢ଼ିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟରୁ ଦଳକୁ ବଞ୍ଚାଇ ପାରିନଥିଲେ। ବରୋଦାର ସ୍ପିନର ଓଡ଼ିଶା ବ୍ୟାଟ୍‌ସମ୍ୟାନଙ୍କ ଟେକ୍‌ନିକରେ ଥିବା ଦୁର୍ବଳତାକୁ ପଦାରେ ପକାଇ ପାରିଥିଲେ।

ଉତ୍ତର ପ୍ରଦେଶ ଏକ ଭଲ ଦଳ ହୋଇଥିଲେ ମଧ୍ୟ ଗତବର୍ଷ ଏହା ଭଲ ପ୍ରଦର୍ଶନ କରି ପାରିନଥିଲା। ଗ୍ରୁପ୍ 'ସି'ରେ ଥିବା ଉତ୍ତର ପ୍ରଦେଶ ୭ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୫ଟି ଡ୍ର ସହ ୧୪ ପଏଣ୍ଟ ପାଇ ୮ଟି ଦଳଙ୍କ ମଧ୍ୟରେ ୬ଷ୍ଠ ସ୍ଥାନରେ ରହିଥିଲା। ୟୁପିର ବ୍ୟାଟ୍‌ସମ୍ୟାନ ଭଲ ପ୍ରଦର୍ଶନ କରିଥିବା ବେଳେ ବୋଲର ଦଳକୁ ନିରାଶ କରିଥିଲେ। ଚଳିତବର୍ଷ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଥିଲା। ଆନ୍ଧ୍ରପ୍ରଦେଶ ୪୭୦ ରନ୍‌ କରିଥିଲେ ହେଁ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ଆଗୁଆ ରହି ୩ ପଏଣ୍ଟ ହାତେଇ ପାରିଥିଲା। ରିଙ୍କୁ ସିଂହ ଅପରାଜିତ ୧୬୫ ରନ୍‌ କରି ଦଳକୁ ପ୍ରଥମ ଇନିଂସ ଲିଡ୍‌ ଦେଇଥିଲେ। ହେଲେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାକୁ ରିଙ୍କୁ ଚାଲି ଯାଇଛନ୍ତି। ତଥାପି ୟୁପିର ବ୍ୟାଟିଂ ବେଶ୍‌ ମଜ୍‌ଭୁତ ଅଛି। ଗତବର୍ଷ ୪ଟି ଶତକ ସହ ୭୧୪ ରନ୍‌ କରିଥିବା ଆର୍ଯ୍ୟନ୍ ଜୁୟାଲ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରି ଫର୍ମ ଦେଖାଇଛନ୍ତି। ତାଙ୍କୁ ଛାଡ଼ି ଅଧିନାୟକ କରଣ ଶର୍ମା, ମାଧବ କୌଶିକ, ଅଭିଷେକ ଗୋସ୍ବାମୀ, ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିଥିବା ପ୍ରିୟମ୍‌ ଗର୍ଗ ଓ ଆରାଧ୍ୟ ଯାଦବ ଭଲ ବ୍ୟାଟ୍‌ସମ୍ୟାନ।

ଆନ୍ଧ୍ର ବିପକ୍ଷରେ କାନପୁରରେ ବ୍ୟାଟିଂ ଉପଯୋଗୀ ପିଚ୍‌ରେ ମ୍ୟାଚ୍‌ ହୋଇଥିବାରୁ ୟୁପିର ବୋଲର ସେପରି ସଫଳତା ପାଇନଥିଲେ। ତଥାପି ଦଳରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିଥିବା ପେସ୍‌ ବୋଲର ଶିବମ୍ ମାଭି। ଆଇପିଏଲ୍‌ ଖେଳିଥିବା ବାମହାତି ସ୍ପିନର ଶିବମ୍ ଶର୍ମା ଓ ଲେଗ୍‌ସ୍ପିନର ବିପରାଜ ନିଗମ ରହିଛନ୍ତି। ଆନ୍ଧ୍ର ବିପକ୍ଷରେ ନିଗମ ୪ଟି ୱିକେଟ୍‌ ପାଇଥିଲେ। ଉଚ୍ଚକୋଟୀର ୟୁପି ବୋଲିଂ ବିପକ୍ଷରେ ସଫଳ ହେବା ପାଇଁ ଓଡ଼ିଶା ବ୍ୟାଟ୍‌ସମ୍ୟାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

Ranji Trophy

ଅଧିନାୟକ ଶୁଭ୍ରାଂଶୁଙ୍କ ସହ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଗୋବିନ୍ଦ ପୋଦ୍ଦାର, ଗତବର୍ଷର ସଫଳତମ ବ୍ୟାଟ୍‌ସମ୍ୟାନ ସନ୍ଦୀପ ପଟ୍ଟନାୟକ, ଓପ୍‌ନର ସ୍ବସ୍ତିକ ସାମଲ, ରାଜେଶ ଧୁପର, ଆଶୀର୍ବାଦ ସ୍ବାଇଁଙ୍କୁ ସଫଳ ହେବାକୁ ପଡ଼ିବ। ପୁଣି ଓଡ଼ିଶାକୁ ବୋଲିଂର ମାନ ମଧ୍ୟ ବଢ଼ାଇବାକୁ ପଡ଼ିବ। ବରୋଦା ବିପକ୍ଷରେ ଓଡ଼ିଶାର ଦୁଇ ପେସ୍‌ ବୋଲର ରାଜେଶ ମହାନ୍ତି ଓ ସୁନୀଲ ରାଉଳ ନିମ୍ନମାନର ବୋଲିଂ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+