Get Updates
Get notified of breaking news, exclusive insights, and must-see stories!

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ବିସ୍ଫୋରକ ବ୍ୟାଟିଂ

ଆରମ୍ଭ ହୋଇଛି ରଣଜୀ ଟ୍ରଫି ମୁକାବିଲା । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟୁଛି ଘରୋଇ ଓଡିଶା ଦଳ । ଭୁବନେଶ୍ୱର ସ୍ଥିତ ବିକାଶ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ ।

ଭୁବନେଶ୍ୱର: ଆରମ୍ଭ ହୋଇଛି ରଣଜୀ ଟ୍ରଫି ମୁକାବିଲା । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟୁଛି ଘରୋଇ ଓଡିଶା ଦଳ । ଭୁବନେଶ୍ୱର ସ୍ଥିତ ବିକାଶ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ ।

Ranji Trophy

ତେବେ ଏଲିଟ ଗ୍ରୁପ ଏ ର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନରେ ଓଡ଼ିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲ ଆଉଟ୍ ହୋଇଛି । ସେହିପରି ବାରୋଦ ନିଜର ପାଳି ଆରମ୍ଭ କରିଥିବା ବେଳେ ଆଜି ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭୭ ରନ କରି କୌଣସି ୱିକେଟ ବ୍ୟୟ କରିନାହିଁ ।

ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୫ ୱିକେଟରେ ୨୧୪ ରନରୁ ଖେଳିବା ଆରମ୍ଭ କରିଥିଲା । ଏହା ପରେ ଅଳ୍ପ ରନ ବ୍ୟବଧାନରେ ୩ଟି ୱିକେଟ ପଡି ଯାଇଥିଲା । ୨୮୫ ରନରେ ୮ଟି ୱିକେଟ ହରାଇଥିଲା । ୯ମ ୱିକେଟରେ ଓଡିଶା ଇନିଂସ ସମ୍ଭାଳିଥିଲେ ଦେବବ୍ରତ ପ୍ରଧାନ ଓ ଶୁଭମ ନାୟକ । ସେମାନେ ୧୬୧ ରନର ପାର୍ଟନରଶିପ ସଂଗ୍ରହ କରି ଓଡିଶାର ସ୍କୋର ୪୦୦ ପାର କରାଇଥିଲେ ।

ତେବେ ଆଜି ମଧ୍ୟ ଓ ନିମ୍ନ କ୍ରମ ବ୍ୟାଟରଙ୍କ ଦୃଢ଼ ବ୍ୟାଟିଂ ଯୋଗୁଁ ଓଡ଼ିଶା ୪୫୦ରୁ ଅଧିକ ସ୍କୋର କରି ପାରିଥିଲା । ଓଡ଼ିଶା ପକ୍ଷରୁ ଦେବାଦତ୍ତ ପ୍ରଧାନ ସର୍ବାଧିକ ୮୯ ରନ କରିଥିବା ବେଳେ ଶୁଭମ ନାୟକ ୮୨ ରନ କରିଥିଲେ । ସେପୂର୍ବରୁ ଅଭିଷେକ ରାଉତ ୭୦, ଶାନ୍ତନୁ ମିଶ୍ର ୬୧ ଓ ଶୁଭ୍ରାଂଶୁ ସେନାପତି ୫୨ ରନ କରିଥିଲେ । ନିନାଦ ରଥୱା ବରୋଦା ପକ୍ଷରୁ ସର୍ବାଧିକ ୫ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+