Get Updates
Get notified of breaking news, exclusive insights, and must-see stories!

Ranji Trophy: ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ଇନିଂସ ଅଗ୍ରଣୀ; ସୁନୀଲ ରାଉଳଙ୍କୁ ୫ ୱିକେଟ

ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ଇନିଂସ ଅଗ୍ରଣୀ ହାସଲ କରିଛି । ୪୯୮ ରନ କରିଥିବା ଓଡ଼ିଶା ମଧ୍ୟ ପ୍ରଦେଶକୁ ୩୧୮ରେ ସୀମିତ ରଖିଛି । ଓଡ଼ିଶା ପକ୍ଷରୁ ସୁନୀଲ ରାଉଳଙ୍କୁ ୫ ୱିକେଟରେ ସଫଳତା ମିଳିଛି ।

ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଦୃଢ଼ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ଓଡ଼ିଶାର ୪୯୮ ରନ୍‌ ଜବାବରେ ମଧ୍ୟ ପ୍ରଦେଶ ୩୧୮ ରନ କରିପାରିଛି । ଓଡ଼ିଶା ପକ୍ଷରୁ ସୁନୀଲ ରାଉଳଙ୍କୁ ୫ ୱିକେଟର ସଫଳତା ମିଳିଛି ।

ଶୁଭ୍ରାଂଶୁ ସେନାପତି ତ୍ରିଶତକର ନିକଟତର ହୋଇଥିଲେ ହେଁ ତୃତୀୟ ଦିବସରେ ପ୍ରଥମ ଓଭର ବୋଲିଂ କରିଥିବା କୁମାର କାର୍ତ୍ତିକେୟଙ୍କ ୪ର୍ଥ ବଲ୍‌ରେ ଉଇକେଟକିପରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅର୍ଥାତ୍‌ ସେ ପୂର୍ବଦିନର ସ୍କୋର ୨୭୭ ରନ୍‌ରେ ହିଁ ଆଉଟ ହୋଇଥିଲେ । ହର୍ଷିତ ରାଠୋଡ ପୂର୍ବ ଦିନର ସ୍କୋର (୬୦ରନ୍‌)ରେ ଅପରାଜିତ ଥିବାବେଳେ ଦିବସର ଦ୍ୱିତୀୟ ଓଭରରେ ଜୟନ୍ତ ବେହେରା (୦)ଙ୍କ ଆଉଟ ସହ ଓଡ଼ିଶା ଇନିଂସର ପରିସମାପ୍ତି ଘଟିଥିଲା। ଫଳରେ ଓଡ଼ିଶା ୫୦୦ ରନ୍‌ ସ୍ପର୍ଶରୁ ୨ ରନ୍‌ ଦୂରରେ ରହି ଯାଇଥିଲା।

ranji trophy

ଓଡ଼ିଶା ବୋଲରମାନେ ଚମତ୍କାର ବୋଲିଂ କରି ମଧ୍ୟ ପ୍ରଦେଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ୫ ରନରେ ପ୍ରଥମ ଉଇକେଟ ହରାଇଥିବା ମଧ୍ୟ ପ୍ରଦେଶ ସ୍କୋର ୨୪.୧ ଓଭର ବେଳକୁ ୮୯/୪ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଆଘାତପ୍ରାପ୍ତ ହୋଇ ଅଭିଜ୍ଞ ଖେଳାଳି ଭେଙ୍କଟେଶ ଆୟାର ରିଟାୟର୍ଡ ହର୍ଟ ହେବା ମଧ୍ୟ ଦଳକୁ ବେଶ୍‌ ଧକ୍କା ପହଞ୍ଚାଇଥିଲା। ଏପରି କ୍ଷେତ୍ରରେ ସାହସିକ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ହର୍ଷ ଗାଓ୍ବଲି। ସେ ଶତକ ହାସଲ କରିବା ସହ ୫ମ ଉଇକେଟରେ ସାରାଂଶ ଜୈନଙ୍କ ସହ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

୬୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଜୈନଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଦ୍ରୁତ ବୋଲର ସୁନୀଲ ରାଉଳ। ଜୈନ ୯୫ ବଲ୍‌ରୁ ୪୦ ରନ୍‌କରି ଆଉଟ ହୋଇଥିବାବେଳେ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୧୩୭ ରନରେ ଅପରାଜିତ ରହି ଦଳପାଇଁ ଲଢ଼େଇ ଜାରି ରଖିଥିଲେ ଗାଓ୍ବଲି। ସେ ୨୪୨ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୯ଟି ଚୌକା ମାରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁନୀଲ ରାଉଳ ସର୍ବାଧିକ ୩ଟି, ପ୍ରୟାସ ସିଂ ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+