Get Updates
Get notified of breaking news, exclusive insights, and must-see stories!

Ranji Trophy: ବାରବାଟୀରେ ଆଜିଠୁ ଓଡ଼ିଶା-ଆନ୍ଧ୍ର ମୁକାବିଲା

Odisha-Andhra clash to begin today at Barabati : ଘରୋଇ ପଡ଼ିଆ ବାରବାଟୀ ଷ୍ଟାଡିୟମ୍‌ରୁ ଚଳିତ ରଣଜୀ ଋତୁ ଆରମ୍ଭ କରିଥିବା ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ବରୋଦାଠୁ ହାରି ଯାଇଥିଲା । ଏହା ପରେ କାନପୁରରେ ଉତ୍ତରପ୍ରଦେଶ ବିପକ୍ଷରେ ଖେଳିଥିଲା । ବର୍ଷା ସାହା ହେବାରୁ ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ରଖି ୧ ପଏଣ୍ଟ୍‌ ପାଇବାକୁ ସକ୍ଷମ ହୋଇଥିଲା। ଶୁଭ୍ରାଂଶୁ ସେନାପତିଙ୍କ ଦଳ ଏବେ ପୁଣି ବାରବାଟୀକୁ ଫେରିଛି । ଶନିବାରଠୁ ଖେଳାଯିବାକୁ ଥିବା ଏହି ତୃତୀୟ ରାଉଣ୍ଡ୍‌ ମ୍ୟାଚ୍‌ରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଭେଟିବ। ଆନ୍ଧ୍ରପ୍ରଦେଶ ଚଳିତ ଋତୁରେ ୨ ଅମୀମାଂସିତ ମ୍ୟାଚ୍‌ରୁ ୨ ପଏଣ୍ଟ୍‌ ପାଇଛି ।

ଅତୀତରେ ଉଭୟ ଦଳ କେବଳ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଥର ଓଡ଼ିଶା ପ୍ରଥମ ପାଳିରେ ପଛରେ ରହିଛି । ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମ୍‌ରେ ୨୦୦୭ରେ ହୋଇଥିଲା । ପି ଜୟଚନ୍ଦ୍ରଙ୍କ ୬ ୱିକେଟ୍‌ ସଫଳତା ବଳରେ ଆନ୍ଧ୍ରପ୍ରଦେଶକୁ ୧୭୯ରେ ଅଟକାଇ ଦେଇଥିଲା ଓଡ଼ିଶା । ତେବେ ଓଡ଼ିଶା ପ୍ରଥମ ପାଳିରେ ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା । ଦ୍ବିତୀୟ ପାଳିରେ ଆନ୍ଧ୍ରପ୍ରଦେଶ ଭଲ ବ୍ୟାଟିଂ କରି ୨୮୭/୯ କରିଥିଲା। ୩୨୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓଡ଼ିଶା ୨୨୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ୧୦୨ ରନ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା । ୧୦ ବର୍ଷ ପରେ ୨୦୧୭ରେ ଉଭୟ ଦଳ ବିଶାଖାପାଟଣାରେ ଖେଳିଥିଲେ ।

disha-Andhra clash to begin today at Barabati

ହନୁମା ବିହାରୀଙ୍କ ତ୍ରିଶତକ ଏବଂ ପ୍ରଶାନ୍ତ କୁମାର ଓ ରିକି ଭୁଏଙ୍କ ଶତକ ବଳରେ ଘରୋଇ ଆନ୍ଧ୍ରପ୍ରଦେଶ ୫୮୪/୫ର ବିଶାଳ ସ୍କୋର୍‌ କରିବା ପରେ ପାଳି ଘୋଷଣା କରିଥିଲା । ଜବାବରେ ଓଡ଼ିଶା ଗୋବିନ୍ଦ ପୋଦ୍ଦାର (୧୧୧*)ଙ୍କ ଶତକ ଏବଂ ଶୁଭ୍ରାଂଶୁ ସେନାପତି (୯୧) ଓ ବିପ୍ଳବ ସାମନ୍ତରାୟ (୭୪)ଙ୍କ ଅର୍ଦ୍ଧଶତକ ସତ୍ବେ ୩୯୧ ରନ୍‌ କରି ‌ଫଲୋଅନ୍‌ ଏଡ଼ାଇବାରେ ବିଫଳ ହୋଇଥିଲା । ଦ୍ବିତୀୟ ପାଳିରେ ବିପ୍ଳବ (୬୨)ଙ୍କ ଅର୍ଦ୍ଧଶତକୀୟ ପାଳି ଦଳକୁ ପରାଜୟରୁ ରକ୍ଷା କରିଥିଲା । ଏବେ ଉଭୟ ଦଳ ତୃତୀୟ ଥର ଲାଗି ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ରାଜେଶ ଧୂପର (ୱିକେଟ୍‌ରକ୍ଷକ), ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, ସୁନିଲ ରାଉଳ, ସୁମିତ ଶର୍ମା, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ରକ୍ଷକ), ଅନିଲ ପରିଡ଼ା, ବାଦଲ ବିଶ୍ବାଳ, ସମ୍ବିତ ବରାଳ, ଗୌରବ ଚୌଧୁରୀ, ତାପସ ଦାସ, ତରଣୀ ସ'। ପ୍ରଶିକ୍ଷକ : ସୁରେନ୍ଦ୍ର ଭାବେ, ସହକାରୀ ପ୍ରଶିକ୍ଷକ: ସୌରଭ ସେହଗଲ ।

ଆନ୍ଧ୍ରପ୍ରଦେଶ ଦଳ: ରିକି ଭୁଏ (ଅଧିନାୟକ), ଅଶ୍ବିନ ହେବାର, କେଭି ଶଶୀକାନ୍ତ, କୋନା ଶ୍ରୀକର-ଭରତ, ସୌରଭ କୁମାର, ଚୀପୁରପଲ୍ଲୀ ‌ଷ୍ଟିଫେନ୍‌, କରନ ସିନ୍ଧେ, ପୃଥ୍ବୀରାଜ ୟାରା, ସତ୍ୟନାରାୟଣ ରାଜୁ, ରେବନ୍ତ ପନ୍ନାଲା, ସିରାପାରାପୁ ଆଶିଷ, ତ୍ରିପୁରାଣା ବିଜୟ, ଅଭିଷେକ ରେଡ୍ଡୀ, ସେଖ୍‌ ରସିଦ, କାବୁରି ସାଇତେଜା, ୟାରା ସନ୍ଦୀପ, ରେବନ୍ତ କୁମାର ରେଡ୍ଡୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+