ରଣଜୀ ଟ୍ରଫି ଫାଇନାଲ: 41ଥରର ଚାମ୍ପିଅନ ମୁମ୍ବାଇକୁ ପରାସ୍ତ କଲା ମଧ୍ୟ ପ୍ରଦେଶ
ମଧ୍ୟ ପ୍ରଦେଶ ରବିବାର ରଣଜୀ ଟ୍ରଫି ଫାଇନାଲରେ 41 ଥର ଚାମ୍ପିଅନ ମୁମ୍ବାଇକୁ 6 ୱିକେଟରେ ପରାସ୍ତ କରି ଇତିହାସ ରଚିଛି । ଏଥି ସହିତ ନିଜ ରାଜ୍ୟର କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି ।
ବେଙ୍ଗାଲୁରୁ: ମଧ୍ୟ ପ୍ରଦେଶ ରବିବାର ରଣଜୀ ଟ୍ରଫି ଫାଇନାଲରେ 41 ଥର ଚାମ୍ପିଅନ ମୁମ୍ବାଇକୁ 6 ୱିକେଟରେ ପରାସ୍ତ କରି ଇତିହାସ ରଚିଛି । ଏଥି ସହିତ ନିଜ ରାଜ୍ୟର କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି । ମଧ୍ୟପ୍ରଦେଶ 4 ଟି ୱିକେଟ୍ ହରାଇ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନ୍ତିମ ଦିନରେ 108 ରନ ସଂଗ୍ରହ କରିଥିଲା। ମଧ୍ୟପ୍ରଦେଶ କ୍ରିକେଟ୍ ଇତିହାସରେ ଏହା ଏକ ସୁବର୍ଣ୍ଣ ଦିନ ଭାବେ ଗଣାଯିବ । ଆଦିତ୍ୟ ଶ୍ରୀବାସ୍ତବଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ଦଳର ସଫଳତାର ଶ୍ରେୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ଦିଆଯାଉଛି ।

ତେବେ ରଣଜୀ ଟ୍ରଫି 2022 ଫାଇନାଲରେ ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପ୍ରଥମ ଇନିଂସ 374 ରନ୍ ପାଇଁ ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ 536 ରନ୍ ସଂଗ୍ରହ କରି ପ୍ରଥମ ଇନିଂସ ଆଧାରରେ 162 ରନର ଅଗ୍ରଣୀ ହାସଲ କରିଥିଲା । ଚତୁର୍ଥ ଦିନରେ ମୁମ୍ବାଇର ଦ୍ୱିତୀୟ ଇନିଂସ 269 ରନକୁ ହ୍ରାସ ପାଇଥିଲା । ଏହିପରି ଭାବରେ ମଧ୍ୟପ୍ରଦେଶ ଜିତିବା ପାଇଁ 108 ରନ୍ ଲକ୍ଷ୍ୟ ରହିଥିଲା । ଯାହାକୁ ଦଳ ଶେଷ ଦିନରେ 29.5 ଓଭରରେ 4 ୱିକେଟ ହରାଇ ହାସଲ କରି ନେଇଛି ।
କହିରଖୁ କି, ଆଜକୁ 23 ବର୍ଷ ପୂର୍ବେ ଅର୍ଥାତ 1998-99 ମସିହାରେ ମଧ୍ୟପ୍ରଦେଶର ଦଳ ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା । ସେ ସମୟରେ ଦଳର ଅଧିନାୟକ ଥିଲେ ଚନ୍ଦ୍ରକାନ୍ତ ପଣ୍ଡିତ। କିନ୍ତୁ ଫାଇଲାନରେ ମଧ୍ୟପ୍ରଦେଶକୁ କର୍ଣ୍ଣାଟକ ହାତରେ ପରାଜୟର ସାମ୍ନା କରିବାକୁ ପଡିଲା। ବର୍ତ୍ତମାନ ମଧ୍ୟପ୍ରଦେଶର ରଣଜୀ ଟ୍ରଫି ଟାଇଟଲ୍ ମରୁଡ଼ି ସମାପ୍ତ ହୋଇଛି ଏବଂ ସେ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି । ରଣଜୀ ଟ୍ରଫି ଟାଇଟଲ ଜିତିଥିବା ମଧ୍ୟପ୍ରଦେଶ 20 ତମ ଦଳ ହୋଇଛି । ଏପର୍ଯ୍ୟନ୍ତ କେବଳ ଆଠଟି ଦଳ ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛନ୍ତି। ଏଥି ସହିତ, ଅନ୍ୟ 12ଟି ଦଳ ଅନେକ ଥର ରଣଜୀ ଟ୍ରଫି ଟାଇଟଲ ଜିତିଛନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications