ରଣଜୀ ଟ୍ରଫି: ମହରାଷ୍ଟ୍ରକୁ ୩ ଉଈକେଟରେ ହରାଇ ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଓଡି଼ଶା
ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଓଡି଼ଶା । ମହରାଷ୍ଟ୍ରକୁ ୩ ୱେକେଟରେ ହରାଇ ରଣଜୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କରିଛି ଘରୋଇ ଦଳ । ଅଧିନାୟକ ଗୋବିନ୍ଦ ପୋଦାରଙ୍କ ଶ୍ରେଷ୍ଠ ଅଲରାଉଣ୍ଡର ପଦର୍ଶନ ବଳରେ ଏହି ରୋମାଞ୍ଚକର ମ୍ୟାଚରେ ବିଜୟ ଲାଭ କରିଛି ଓଡିଶା । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମ ଦିନରୁ ହିଁ ଓଡିଶା ତାର ଦବଦବା ପଦର୍ଶନ କରିଆସୁଛି ।

ମହରାଷ୍ଟ୍ରକୁ ହରାଇଲା ଓଡ଼ିଶା:
କଟକ ବାରବାଟୀରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ମ୍ୟାଚରେ ଓଡିଶା ୩ ୱିକେଟରେ ମହାରାଷ୍ଟ୍ରକୁ ପରାସ୍ତ କରିଛି । ମହାରାଷ୍ଟ୍ର ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଓଡିଶା ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । । ଯାହା ଫଳରେ ୩୮ ରନର ଅଗ୍ରଣୀ ଲାଭ କରିଥିଲା ଓଡିଶା । ଲିଡ଼କୁ ଟ୍ରାଏଲ କରି ମହାରାଷ୍ଟ୍ର ତାର ଦ୍ୱିତୀୟ ଇନିଂସରେ ୧୬୬ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଘରୋଇ ଦଳ ସ୍ପିନ ବୋଲିଂ ଲାଇନ ଅପ ଗୋବିନ୍ଦ ପୋଦାର ଓ ସୁମିତ ଶର୍ମା ଯଥାକ୍ରମେ ୩ ଓ ୫ଟି ୱେକେଟ ଅକ୍ତିଆର କରି ବିପକ୍ଷ ଦଳକୁ ବଡ଼ ସ୍କୋର କରିବାରୁ ବଞ୍ଚିତ କରିଥିଲେ । ୧୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମ୍ୟାଚର ତୃତୀୟ ଦିନରେ ହାତରେ ୩ ୱେକେଟ ରଖି ଏହି ବିଜୟ ହାସଲ କରିଛି ଓଡିଶା ।
ଷଷ୍ଠ ସ୍ଥାନରେ ଟିମ ଓଡିଶା:
ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଟ ପଦର୍ଶନ ପାଇଁ ଅଧିନାୟକ ଗୋବିନ୍ଦ ପୋଦାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ । ଓଡିଶା ଏହି ମ୍ୟାଚରେ ୫ ପଏଣ୍ଟ ହାସଲ କରିବା ସହ ଓଭରାଲ ୫ଟି ମ୍ୟାଚରୁ ୧୦ ପଏଣ୍ଟ ପାଇଛି । ଏହି ବିଜୟ ପରେ ୧୦ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଟିମ ଓଡିଶା ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications