ଓଡ଼ିଶା କ୍ରିକେଟ୍ର ୧୫ ଜଣିଆ ରଣ୍ଜୀ ଦଳ ଘୋଷଣା; ଶାନ୍ତନୁ ମିଶ୍ର ଦଳର ଅଧିନାୟକ
ଓଡ଼ିଶା କ୍ରିକେଟ୍ର ୧୫ ଜଣିଆ ରଣ୍ଜୀ ଦଳ ଘୋଷଣା ହୋଇଛି । ବ୍ୟାଟର ଶାନ୍ତନୁ ମିଶ୍ର ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛି । ଜାନୁୟାରୀ ୫ରେ ଓଡ଼ିଶାର ରଣ୍ଜୀ ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଭଦୋଦ୍ରାରେ ବରୋଦାକୁ ଭେଟିବ ଓଡ଼ିଶା ।
ଆଶୀର୍ବାଦ ସ୍ୱାଇଁ ଓ ରାଜେଶ ଧୂପର ୱିକେଟ୍ କିପର ଭାବରେ ନିଯୁକ୍ତ ହୋଇଛନ୍ତି । ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ ଦଳର ସଦସ୍ୟ ରହିଛନ୍ତି । ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ ସଦସ୍ୟ । ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ, ସୁମିତ ଶର୍ମା ସଦସ୍ୟ ବି ଦଳର ସଦସ୍ୟ ରହିଛନ୍ତି ।

ଓଡ଼ିଶା ଦଳ:
ଶାନ୍ତନୁ ମିଶ୍ର (ଅଧିନାୟକ) ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ, ସୁମିତ ଶର୍ମା, ଆଶୀର୍ବାଦ ସ୍ୱାଇଁ ଓ ରାଜେଶ ଧୂପର ( ୱିକେଟ କିପର)












Click it and Unblock the Notifications