ପର ଲୋକରେ ରାଜ୍ୟ ସଭା ସାଂସଦ ପିଟି ଉଷାଙ୍କ ସ୍ବାମୀ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସଦସ୍ୟ ପିଟି ଉଷା। ବର୍ତ୍ତମାନ ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି। ଏନେଇ ପରିବାର ପକ୍ଷରୁ ଶ୍ରୀନିବାସନଙ୍କ ମୃତ୍ୟୁ ଘୋଷଣା କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୬୭ ବର୍ଷ ବୟସ ହୋଇଥିଲା । ସୂତ୍ର ଅନୁସାରେ ଶ୍ରୀନିବାସନ ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ଚେତାଶୂନ୍ୟ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Rajya Sabha MP PT Usha

ଦୁଃଖ ସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏକ୍ସରେସେ ଲେଖିଛନ୍ତି, '' ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ।'' କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ଭି. ଶ୍ରୀନିବାସନଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, "ରାଜ୍ୟସଭା ସାଂସଦ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ପି.ଟି. ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ବିୟୋଗ ବିଷୟରେ ଜାଣି ମର୍ମାହତ । ପି.ଟି. ଉଷା ଏବଂ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଏହି କଷ୍ଟକର ସମୟରେ ସେମାନଙ୍କୁ ସାହସ ଦେବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଉଷାଙ୍କ ଜୀବନ ଏବଂ କ୍ୟାରିୟରେ ଥିଲା ଭୂମିକା- ୧୯୯୧ରେ ପିଟି ଉଷା ଏବଂ ଶ୍ରୀନିବାସନଙ୍କ ବିବାହ ହୋଇଥିଲା। ଶ୍ରୀନିବାସନ ପୋନାନିର ଭେଙ୍ଗାଲି ଥରାଭାଡର ବାସିନ୍ଦା ଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ ଶ୍ରୀନିବାସନ। ସେ ପି.ଟି. ଉଷାଙ୍କ ଚମତ୍କାର କ୍ରୀଡା କ୍ୟାରିୟର ଠାରୁ ଆରମ୍ଭ କରି ରାଜନୈତିକ ଯାତ୍ରା ପର୍ଯ୍ୟନ୍ତ ସବୁଥିରେ ତାଙ୍କ ପାଖରେ ଠିଆ ହୋଇଥିଲେ । ପି.ଟି. ଉଷା ଏବଂ ଶ୍ରୀନିବାସନଙ୍କର ଉଜ୍ଜ୍ୱଳ ନାମକ ଏକ ପୁଅ ଅଛି । କିଛି ମାସ ତଳେ ଉଜ୍ୱଳଙ୍କ ବାହାଘର ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+