ବିସିସିଆଇର ଅନ୍ତରିକ୍ଷ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରାଜୀବ ଶୁକ୍ଳା; ଅବସର ନେଲେ ରୋଜର ବିନ୍ନି
ରାଜୀବ ଶୁକ୍ଳାଙ୍କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଅନ୍ତରିଣ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ରୋଜର ବିନ୍ନି ଏହି ପଦବୀରୁ ଅବସର ନେବା ପରେ ରାଜୀବ ଶୁକ୍ଳାଙ୍କୁ ବିସିସିଆଇର ଅନ୍ତରିଣ ଅଧ୍ୟକ୍ଷ କରାଯିବ। ପୂର୍ବତନ କ୍ରିକେଟର ରୋଜର ବିନ୍ନି ୨୦୨୨ରୁ ଏହି ପଦବୀରେ ଥିଲେ। ବର୍ତ୍ତମାନ ତାଙ୍କର କାର୍ଯ୍ୟକାଳ ୧୯ ଜୁଲାଇ ୨୦୨୫ ରେ ଶେଷ ହେଉଛି, ଏହା ପରେ ସେ ଅବସର ନେଇଛନ୍ତି ଏବଂ ନୂଆ ସଭାପତି ଘୋଷଣା ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ଏହି ପଦବୀରେ ରହିବେ।
ପୂର୍ବତନ ସାମ୍ବାଦିକ ଏବଂ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ବର୍ତ୍ତମାନ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି। ରୋଜର ବିନ୍ନି ଅବସର ନେବା ପରେ, ସେ ଜୁଲାଇରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ। ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ ନହେବା ପର୍ଯ୍ୟନ୍ତ ରାଜୀବ ଶୁକ୍ଲାଙ୍କୁ ଏହି ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚଳିତ ବର୍ଷ ସେପ୍ଟେମ୍ବରରେ ହୋଇପାରେ।

କାହିଁକି ଅବସର ନେଲେ ରୋଜର ବିନ୍ନି?
୧୯୮୩ ରେ ରୋଜର ବିନ୍ନି ଭାରତର ବିଶ୍ୱକପ୍ ବିଜୟୀ ଦଳର ଜଣେ ଅଂଶ ଥିଲେ। ସେହି ବର୍ଷ ଭାରତ ବିଶ୍ୱକପ୍ ଜିତିଥିଲା ଏବଂ ରୋଜର ବିନ୍ନି ସେହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ। ୧୯୮୩ ବିଶ୍ୱକପ୍ରେ ରୋଜର ବିନ୍ନି ୧୮ଟି ୱିକେଟ୍ ନେଇଥିଲେ ଏବଂ ଭାରତୀୟ ଦଳର ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।
ରୋଜର ବିନ୍ନି ୧୮ ଅକ୍ଟୋବର ୨୦୨୨ ଠାରୁ ବିସିସିଆଇର ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କର କାର୍ଯ୍ୟକାଳ ୧୯ ଜୁଲାଇରେ ଶେଷ ହେଉଛି। ସୂଚନାଥାଉକି, ଏହି ଦିନ ରୋଜର ବିନ୍ନି ୭୦ ବର୍ଷ ବୟସରେ ପାଦ ଦେବେ। ବିସିସିଆଇରେ ଏକ ନିୟମ ଅଛି ଯେ ୭୦ ବର୍ଷ ବୟସ ହେବା ପରେ ପ୍ରତ୍ୟେକ ଅଧିକାରୀ ତାଙ୍କ ପଦବୀରୁ ଅବସର ନିଅନ୍ତି। ଏହି ପରିପ୍ରେକ୍ଷୀରେ ରାଜୀବ ଶୁକ୍ଲା ଦୀର୍ଘ ସମୟ ଧରି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସହିତ ଜଡ଼ିତ ଅଛନ୍ତି। ଭାରତର ଅଧିକାଂଶ ମ୍ୟାଚ୍ରେ ରାଜୀବ ଶୁକ୍ଲାଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳେ। ଏପରି ଅନୁମାନ କରାଯାଉଛି ଯେ ରାଜୀବ ଶୁକ୍ଲାଙ୍କୁ ବିସିସିଆଇର ନୂଆ ଅଧ୍ୟକ୍ଷ କରାଯାଇପାରେ।












Click it and Unblock the Notifications