Rajat Patidar: ରଜତ ପଟିଦାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଅଧିନାୟକ
ଆଇପିଏଲ୍ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଅଧିନାୟକ କରାଯାଇଛି । ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି । ଏହି ପଦ ପାଇଁ ସବୁଠାରୁ ଆଗରେ ବିରାଟ କୋହଲିଙ୍କ ନାମ ରହିଥିଲା । ବିରାଟ କୋହଲି ୨୦୧୩ ରୁ ୨୦୨୩ ପର୍ଯ୍ୟନ୍ତ ଆରସିବିର ଅଧିନାୟକ ପଦରେ ଥିଲେ । ରଜତ ପଟିଦାର ୨୦୨୧ ରେ ଆରସିବି ଟିମରେ ସାମିଲ ହୋଇଥିଲେ । ୩୧ ବର୍ଷିୟ ରଜତ ୨୦୨୪-୨୫ ବର୍ଷରେ ମଧ୍ୟପ୍ରଦେଶ ବିଜୟ ହଜାରେ ଟ୍ରଫି ପାଇଁ ନିଜ ରାଜ୍ୟ ମଧ୍ୟପ୍ରଦେଶ ଟିମର କ୍ୟାପଟେନ୍ ଥିଲେ ।
ରଜତ ପଟିଦାର ଆରସିବିର ୮ମ କ୍ୟାପଟେନ ଭାବେ ପଦ ସମ୍ଭାଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ରାହୁଲ ଦ୍ରାବିଡ, କେଭିନ୍ ପିଟରସନ୍, ଅନିଲ କୁମ୍ବଲେ, ଡାନିଏଲ ବେଟୋରୀ, ବିରାଟ କେହଲି, ଶେନ୍ ୱାଟସନ, ଓ ଫାଫ ଡୁ ପ୍ଲେସିସ ଅଧିନାୟକ ପଦ ସମ୍ଭାଳିଛନ୍ତି ।

ପଟିଦାର ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍ ଡେବ୍ୟୁ କରିଥିଲେ । କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ ପରବର୍ତ୍ତୀ ସିଜିନ ଅର୍ଥାତ୍ ୨୦୨୨ରେ କୌଣସି କ୍ରେତା ମିଳି ନଥିଲା, ଯାହା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆର୍ସିବିରେ ଖେଳିବା ଯୋଗୁ ସେ ତାଙ୍କ ବିବାହ ବାତିଲ କରିଥିଲେ। ତାଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଥିଲା ଏବଂ ହୋଟେଲ ମଧ୍ୟ ବୁକ ହୋଇଥିଲା। ଏହା ତାଙ୍କ ବାପା ପ୍ରକାଶ କରିଥିଲେ।
ପଟିଦାର ଟୁର୍ନାମେଣ୍ଟରେ ଡେବ୍ୟୁ କରିଥିଲେ, ସେ ଆଇପିଏଲ୍ ୨୦୨୧ରେ ଆର୍ସିବି ପାଇଁ ଖେଳିଥିଲେ। ସେ ତାଙ୍କ କ୍ୟାରିୟରର ପ୍ରଥମ ସିଜିନରେ ୪ଟି ମ୍ୟାଚ ଖେଳିଥିଲେ। ଏହା ପରେ ଆର୍ସିବି ତାଙ୍କୁ ରିଟେନ କରି ନ ଥିଲା। ସେହିପରି, ୨୦୨୨ ନିଲାମରେ ମଧ୍ୟ କେହି ପଟିଦାରଙ୍କୁ କିଣି ନ ଥିଲେ। ବିକ୍ରି ନ ହୋଇ ରହିବା ପରେ, ପଟିଦାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହ ପୂର୍ବରୁ, ତାଙ୍କୁ ଆର୍ସିବିରୁ ଏକ ଫୋନ ଆସିଥିଲା।
ଆହତ ଖେଳାଳି ଲାଭନିଥ ସିସୋଡିଆଙ୍କ ସ୍ଥାନରେ ଆରସିବି ପଟିଦାରଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଥିଲା। ଏହି ନିମନ୍ତ୍ରଣ ପରେ ପାଟିଦାର ବିବାହ ବାତିଲ କରିଦେଲେ ।
ପଟିଦାର ଆଇପିଏଲ କ୍ୟାରିୟରରେ ୨୭ଟି ମ୍ୟାଚ ଖେଳିଛନ୍ତି। ସେ ୨୪ଟି ଇନିଂସରେ ସେ ୩୪.୭୩ ହାରରେ ଏବଂ ୧୫୮.୮୪ ଷ୍ଟ୍ରାଇକ ରେଟ୍ରେ ୭୯୯ ରନ କରିଥିଲେ। ସେ ଗୋଟିଏ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।












Click it and Unblock the Notifications