ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରବିବାର ଅନୁଷ୍ଠିତ ରୋମାଞ୍ଚକ ମ୍ୟାଚରେ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ପରାସ୍ତ କରିଛି ।

ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ କରିଥିଲା। ଜବାବରେ ଋତୁରାଜ ଓ ଜାଡେଜାଙ୍କ ଉଦ୍ୟମ ସତ୍ତ୍ୱେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୭୬ ରନ କରି ପାରିଥିଲା। ଗାଏକ୍ୱାଡ୍‌ ସର୍ବାଧିକ ୬୩ ରନ କରିଥିବାବେଳେ ଜାଡେଜା ୩୨ ରନରେ ଅପରାଜିତ ରହିଥିଲେ ।

ମହେନ୍ଦ୍ର ସିଂ ଧୋନୀ ୧୧ ବଲ୍‌ରୁ ୧୬ ରନକରି ଆଉଟ ହେବାସହ ଚେନ୍ନାଇ ବିଜୟ ମଳିନ ପଡ଼ି ଯାଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ହସରଙ୍ଗା ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୩ ମ୍ୟାଚରୁ ଏହାଥିଲା ରାଜସ୍ଥାନର ପ୍ରଥମ ବିଜୟ। ଅନ୍ୟପକ୍ଷରେ ଚେନ୍ନାଇ ଦଳ ୩ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି ।

ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍‌ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ରବିବାର ରାତି‌ର ରୋମାଞ୍ଚକ ମୁକାବିଲାରେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଛି। ରାଜସ୍ଥାନ ଦେଇଥିବା ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ୧୭୬/୬ରେ ଅଟକି ଯାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ଶେଷ ଦୁଇ ଓଭରରୁ ବିଜୟ ପାଇଁ ଚେନ୍ନା‌ଇକୁ ୩୯ ରନ୍‌ର ଦରକାର ଥିଲା। ଊନ୍ନବିଂଶ ଓଭରରୁ ମହେନ୍ଦ୍ର ସିଂହ ଧୋନି-ରବୀନ୍ଦ୍ର ଜାଡ଼େଜା ୧୯ ରନ୍ ଅମଳ କରି ଚେନ୍ନାଇକୁ ଆଶା ଦେଇଥିଲେ। ତେବେ ‌‌ଶେଷ ଓଭରର ଦ୍ବିତୀୟ ବଲ୍‌ରେ ଧୋନିଙ୍କୁ ଆଉଟ୍ କରି ସନ୍ଦୀପ ଶର୍ମା ରାଜସ୍ଥାନ ବିଜୟକୁ ପକ୍କା କରି ଦେଇଥିଲେ। ଅନ୍ତିମ ଓଭରରୁ ୧୩ ରନ୍ ‌ସଂଗ୍ରହ କରି ଚେନ୍ନାଇ ଶେଷରେ ହାରିଥିଲା। ତୃତୀୟ ମ୍ୟାଚ୍‌ରୁ ଚେନ୍ନାଇର ଏହା ଲଗାତାର ଦ୍ବିତୀୟ ପରାଜୟ ଥିଲା। ରାଜସ୍ଥାନ ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ସହ ଶେଷ ସ୍ଥାନ ଛାଡ଼ିଛି।

ନିଜ ପାଳିର ପ୍ରଥମାର୍ଦ୍ଧରେ ରାଜସ୍ଥାନ ରୟାଲ୍‌ସ ଦୃଢ଼ ସ୍ଥିତିରେ ରହି ୨୦୦ରୁ ଅଧିକ ରନ୍ କରିବାର ସମ୍ଭାବନା ସୃଷ୍ଟି କରିଥିଲା। ଦ୍ବିତୀୟାର୍ଦ୍ଧରେ କିନ୍ତୁ ଚେନ୍ନାଇ ଅପେକ୍ଷାକୃତ ଭଲ ବୋଲିଂ କରି ଏହି ଦଳକୁ ୧୮୨/୯ରେ ଅଟକାଇ ଦେଇଥିଲା। ନୀତୀଶ ରାଣା (୩୬ ବଲ୍‌ରୁ ୮୧ ରନ୍‌) ଆକ୍ରମଣ କରୁଥିଲା ବେଳେ ଅନ୍ୟପଟୁ ତାଙ୍କୁ ଆବଶ୍ୟକ ସମର୍ଥନ ନମିଳିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଓପନର୍ ଯଶସ୍ବୀ ଜୟସ୍ବାଲଙ୍କୁ ୪ ରନ୍‌ରେ ହରାଇବା ସତ୍ତ୍ବେ ନୀତୀଶଙ୍କ ଆକ୍ରମଣାତ୍ମକ ମୁଦ୍ରା ପାଇଁ ରାଜସ୍ଥାନ ପାୱାର ପ୍ଲେରୁ ୭୯ ରନ୍ ଅମଳ କରି ନେଇଥିଲା। ସଞ୍ଜୁ ସାମସନ (୨୦)ଙ୍କ ପରେ ଅଧିନାୟକ ରିୟାନ ପରାଗ (୩୭) ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାରୁ ରାଜସ୍ଥାନ ୧୦ ଓଭରରେ ୧୦୦ ରନ୍ କରି ନେଇଥିଲା। ତେବେ ନୀତୀଶଙ୍କୁ ଧୋନିଙ୍କ ହାତରେ କ୍ୟାଚ୍ କରାଇ ଆର. ଅଶ୍ବିନ ତାଙ୍କ ବିସ୍ଫୋରକ ପାଳିରେ ପୂର୍ଣ୍ଣଛେଦ ଟାଣିବା ପରେ ଶେଷ ୧୦ ଓଭରରୁ ମାତ୍ର ୮୨ ରନ୍ କରି ପାରିଥିଲା ରାଜସ୍ଥାନ। ସଞ୍ଜୁ, ନୀତୀଶ ଓ ରିୟାନଙ୍କ ଛଡ଼ା କେବଳ ସିମରନ୍ ହେଟମାୟର (୧୯) ଦୁଇ ଅଙ୍କ ଛୁଇଁ ପାରିଥିଲେ।
ସଂକ୍ଷିପ୍ତ ସ୍କୋର୍: ରାଜସ୍ଥାନ ରୟାଲ୍‌ସ ୨୦ ଓଭରରେ ୧୮୨/୯ (ନୀତୀଶ ରାଣା ୮୧, ରିୟାନ ପରାଗ ୩୭, ସଞ୍ଜୁ ସାମସନ ୨୦, ମଥିସା ପଥିରଣା ୨/୨୮, ନୂର ଅହମଦ ୨/୨୮, ଖଲିଲ ଅହମଦ ୨/୩୮)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୭୬/୬ (ଋତୁରାଜ ଗାଏକ୍ବାଡ୍ ୬୩, ରବୀନ୍ଦ୍ର ଜଡ଼େଜା ୩୨*, ମହେନ୍ଦ୍ର ସିଂହ ଧୋନି ୧୬, ୱାନିନ୍ଦୁ ହସରଙ୍ଗା ୪/୩୫, ତୁଷାର ଦେଶପାଣ୍ଡେ ୧/୧୩)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+