ରାହୁଲ-ଆଥିଆଙ୍କ ବିବାହ: ବିରାଟ-ଧୋନି ଆସିଛନ୍ତି କି ବରଯାତ୍ରୀ ? ଦେଖନ୍ତୁ, ଲିଷ୍ଟ କେଉଁ କ୍ରିକେଟର ଅଛନ୍ତି ସାମିଲ ?
ଏହି ହାଇ ପ୍ରୋଫାଇଲ୍ ବିବାହା ଉତ୍ସବରେ ଅନେକ ବଲିଉଡ ଏବଂ କ୍ରିକେଟ୍ ଜଗତର ଅନେକ ସେଲିବ୍ରିଟି ଯୋଗ ଦେବେ । ସେଥି ମଧ୍ୟରୁ କିଛି ନାମ ଏବେ ସାମ୍ନାକୁ ଆସିଛି ।
Athiya Rahul Marriage News in Odia: ମଣ୍ଡପ ପ୍ରସ୍ତୁତ । ବର-କନିଆ ବି ପ୍ରସ୍ତୁତ । ଆଉ କିଛି ସମୟ ପରେ ପଡିବ ଭାରତୀୟ କ୍ରିକେଟର କେଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ହାତଗଣ୍ଠି । ତେବେ ଏହି ହାଇ ପ୍ରୋଫାଇଲ୍ ବିବାହା ଉତ୍ସବରେ ଅନେକ ବଲିଉଡ ଏବଂ କ୍ରିକେଟ୍ ଜଗତର ଅନେକ ସେଲିବ୍ରିଟି ଯୋଗ ଦେବେ । ସେଥି ମଧ୍ୟରୁ କିଛି ନାମ ଏବେ ସାମ୍ନାକୁ ଆସିଛି ।

ତେବେ ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳି ଯେପରି କି, ରୋହିତ ଶର୍ମା, ବିରାଟ୍ କୋହଲି, ସୂର୍ଯ୍ୟ କୁମାର ଯାଦବ ଓ ରାହୁଲଙ୍କ ଅତି ନିକଟର ସାଙ୍ଗ ହାର୍ଦ୍ଦିକ୍ ପାଣ୍ଡ୍ୟା ଏହି ବିବାବ ଉତ୍ସବରେ ଯୋଗ ଦେବେ ନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଯୋଗୁଁ ଏହି ଖେଳାଳିମାନେ ବିବାହରେ ପହଞ୍ଚି ପାରି ନାହାଁନ୍ତି । ଖବର ଅନୁଯାୟୀ ଗୌତମ ଗମ୍ଭୀର, କେଏଲ ରାହୁଲଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍ ର ମାଲିକ ସଞ୍ଜୀବ ଗୋଏଙ୍କା ବିବାହ ଉତ୍ସବରେ ସାମିଲ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କେ.ଏଲ୍ ରାହୁଲଙ୍କ କିଛି ସାଥୀ କ୍ରିକେଟର ତାଙ୍କ ବିବାହରେ ପହଞ୍ଚିଛନ୍ତି ।
ବିଶେଷ କଥା ହେଉଛି ରାହୁଲ-ଆଥିଆଙ୍କ ବିବାହର ରହସ୍ୟ ଗୋପନ ରଖାଯାଇଛି । ରିସେପ୍ସନରେ ଉଭୟ ରାହୁଲ ଏବଂ ଆଥିଆଙ୍କ ପକ୍ଷରୁ 3 ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଏମଏସ ଧୋନି, ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସମେତ ଭାରତର ସମସ୍ତ ଖେଳାଳି ଏଥିରେ ସାମିଲ ହେବେ । ଏହା ବ୍ୟତୀତ ଅନ୍ୟ ଅନେକ ବଡ ତାରକା ମଧ୍ୟ ଏହି ରିସେପ୍ସନରେ ଯୋଗଦେବେ । ଫେବୃଆରୀରେ ହେବାକୁ ଥିବା ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ରାହୁଲଙ୍କୁ ମଧ୍ୟ ଶୀଘ୍ର ଦଳରେ ଯୋଗ ଦେବାକୁ ପଡିବ । ତେଣୁ ଏହି ରିସେପ୍ସନ୍ ଶୀଘ୍ର ହେବ ବୋଲି ଆଶା କରାଯାଉଛି ।
ଉଲ୍ଲେଖଥାଉ କି, ବିବାହ ପରେ ରାହୁଲ ଏବଂ ଆଥିଆ ହନିମୁନ୍ରେ ଯିବେ ନାହିଁ । ରିସେପ୍ସନ୍ ପରେ ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ । କେ.ଏଲ୍ ରାହୁଲ ତାଙ୍କ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟକୁ ଯାଉଥିବାବେଳେ ଆଥିଆ ତାଙ୍କ ନୂତନ ଫିଲ୍ମ ପାଇଁ ପ୍ରସ୍ତୁତ ହେବେ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ











Click it and Unblock the Notifications