IPL 2025: ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ଓ୍ବିକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ

ଆଇପିଏଲ୍ କ୍ରିକେଟର ଆଜି ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୮ ଓ୍ବିକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ ।

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ବିନିମୟରେ ୧୭୧ ରନ୍ ସଂଗ୍ରହ କରିଥିଲା । ନିକୋଲାସ ପୂରନ ସର୍ବାଧିକ ୪୪ ରନ୍ ଏବଂ ଆୟୁଷ ବଦୋନୀ ୪୧ ରନ୍ ସଂଗ୍ରହ କରିଥିଲେ ।

Punjab Kings beat Lucknow Super Giants by 8 wickets in IPL

ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ ୨୨ଟି ବଲ୍ ବାକି ଥାଇ ୮ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି । ୧୬ ଓଭର ୨ଟି ବଲରେ ମାତ୍ର ୨ ଓ୍ବିକେଟ ହରାଇ ପଞ୍ଜାବ କିଙ୍ଗ୍ସ ୧୭୭ ରନ୍ ସଂଗ୍ରହ କରିଥିଲା ।

ଆଇପିଏଲ୍ ଟେବୁଲ ତାଲିକାରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୪ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସମାନ ପଏଣ୍ଟ ସହ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+