ପ୍ଲେଅଫ୍‌ ଲକ୍ଷ୍ୟରେ ଉଭୟ ଦଳ: ଆଜି ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଲଢ଼େଇ

ଆଇପିଏଲରେ ଆଜି ୫୮ତମ ମ୍ୟାଚ ଧର୍ମଶାଳା‌ରେ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଖେଳାଯିବ । ପଞ୍ଜାବ ମ୍ୟାଚକୁ ଜିତି ପ୍ଲେଅଫ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ଲୟ ହରାଇଥିବା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ପଞ୍ଜାବ ୧୧ଟି ମ୍ୟାଚରୁ ୭ଟି ବିଜୟ ସହ ୧୫ ପଏଣ୍ଟ ପାଇଛିି । ଦିଲ୍ଲୀକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ୧୧ଟି ମ୍ୟାଚରୁ ୬ଟି ବିଜୟ ସହ ୧୩ ପଏଣ୍ଟ ପାଇଛି । ଦଳ ଉକ୍ତ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖି ଖେଳିବ। ଦିଲ୍ଲୀ ଶେଷ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷରେ ଅଳ୍ପକେ ପରାଜୟରୁ ବର୍ଷା ପାଇଁ ବର୍ତ୍ତି ଯାଇଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ସହ ମାତ୍ର ୧୩୩ରନ କରିଥିଲା।

ବର୍ଷା ପାଇଁ ଦ୍ବିତୀୟ ଇନିଂସ ଖେଳାଯିବା ସମ୍ଭବପର ହୋଇନଥିଲା। ଫଳରେ ମ୍ୟାଚ ବାତିଲ ହେବାରୁ ଦିଲ୍ଲୀକୁ ୧ ପଏଣ୍ଟ ମିଳିଥିଲା। ଦଳ ଉକ୍ତ ମ୍ୟାଚରେ ସମ୍ପୂର୍ଣ୍ଣ ବ୍ୟାଟିିଂ ଦୁର୍ଦଶା ଭୋଗିଥିଲ। କରୁଣ ନାୟର, ଫାଫ ଡୁପ୍ଲେସି, ଅଭିଷେକ ପୋରେଲ, ଲୋକେଶ ରାହୁଲ ବିଫଳ ହୋଇଥିଲେ।

Punjab aiming for playoffs

ଆଶୁତୋଷ ଶର୍ମା ଓ ତ୍ରିଷ୍ଟାନ ଷ୍ଟବ୍‌ସ ସମ୍ମାନ ବଞ୍ଚାଇଥିଲେ। ମିଚେଲ ଷ୍ଟାର୍କ ଓ ଦୁଷ୍ମନ୍ତ ଚାମିରା ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ଟି ନଟରାଜନ ମଧ୍ୟ ରହିଛନ୍ତି। ୍କୁଳଦୀପ ଯାଦବ ଓ ଅକ୍ଷର ପଟେଲ ସ୍ପିନର ଭୂମିକା ତୁଲାଉଛନ୍ତି । ଦଳ ଶେଷ ଦୁଇ ମ୍ୟାଚରେ ଲୟ ହରାଇବା ସହ ବ୍ୟାଟିଂ କ୍ଷେତ୍ରରେ ବିଫଳ ହୋଇଛି। ବ୍ୟାଟିଂ ବିଫଳତାକୁ ସୁଧାରି ପଞ୍ଜାବ ବିପକ୍ଷରେ ଖେଳିବାକୁ ଲକ୍ଷ୍ୟ ରଖିଛି ।

ପଞ୍ଜାବ କିଙ୍ଗ୍‌ସ ମଧ୍ୟ କୌଣସି ଗୁଣରେ କମ ନୁହେଁ। ଦଳ ବ୍ୟାଟିଂ ଓ ବୋଲିଂ ବିଭାଗରେ ସ୍ଥିର ପ୍ରଦର୍ଶନ କରୁଛି। ଦଳ ଶେଷ ମ୍ୟାଚରେ ୩୭ରନରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସକୁ ପରାସ୍ତ କରିଥିଲା। ପ୍ରଭସିମ୍ରନ ସିଂହ ୯୧ରନର ଇନିଂସ ଖେଳିଥିବାବେଳେ ଶ୍ରେୟସ ଆୟର ୪୧ ରନ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ, ଜୋଶ ଇଙ୍ଗଲିଶ , ନେହାଲ ୱାଧେରା ଓ ଶଶାଙ୍କ ସିଂହଙ୍କ ନିକଟରେ ମଧ୍ୟ ବଡ଼ ଇନିଂସ ଖେଳିବାର ଦକ୍ଷତା ରହିଛି ।

ବ୍ୟାଟିଂ କ୍ଷେତ୍ରରେ ଦଳ ଶକ୍ତିଶାଳୀ ରହିଛି। ମାର୍କୋ ୟାନସେନ ଓ ଅର୍ଶଦୀପ୍‌ ସିଂହ ଦ୍ରୁତ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାଛଡ଼ା ଆଜ୍‌ମାତୁଲ୍ଲା ଓମାରଜାଇ, ମାର୍କୋସ ଷ୍ଟଇନିସ ଓ ଯୁଜୁବେନ୍ଦ୍ର ଚହଲ ରହିଛନ୍ତି। ଅର୍ଶଦୀପ ୧୬ଟି, ଚହଲ ୧୪ଟି ଓ ୟାନସେନ ୧୧ଟି ୱିକେଟ ନେଇଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ୩ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ପଞ୍ଜାବ ଦୁଇଟି ମ୍ୟାଚ ଜିତିଛି।

ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ଅପେକ୍ଷା ପଞ୍ଜାବ ଭଲ ପ୍ରଦର୍ଶନ କରୁଛି। ଧର୍ମଶାଳାରେ ଶେଷ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ପଞ୍ଜାବ ବଡ଼ ସ୍କୋର କରିଥିଲା। ଦିଲ୍ଲୀ ଓ ପଞ୍ଜାବ ମ୍ୟାଚରେ ମଧ୍ୟ ବଡ଼ ସ୍କୋର ହେବା ନେଇ ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+