For Quick Alerts
Turn On Notification  
For Daily Alerts
Oneindia App Download

ମହାନ ଧାବିକା ପିଟି ଉଷା ହେଲେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା । ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି ।

|

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ଆଇଓଏର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଭରିବାର ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ସମାପ୍ତ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

PT Usha became President of Indian Olympic Association

ତେବେ ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି। ବର୍ତ୍ତମାନର ଆଇନମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ପିଟି ଉଷାଙ୍କୁ ଆଇଓଏର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ସେ ଅଳ୍ପକେ ପଦକ ହରାଇଥିଲେ । ମାତ୍ର ୧/୧୦୦ ସେକେଣ୍ଡ ପାଇଁ ପଦକ ଜିତି ପାରି ନଥିଲେ । ଏସୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ,୭ ରୌପ୍ୟ ଜିତି ଇତିହାସ ରଚିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PT Usha became President of Indian Olympic Association
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X