Get Updates
Get notified of breaking news, exclusive insights, and must-see stories!

ମହାନ ଧାବିକା ପିଟି ଉଷା ହେଲେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା । ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି ।

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ଆଇଓଏର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଭରିବାର ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ସମାପ୍ତ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

PT Usha became President of Indian Olympic Association

ତେବେ ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି। ବର୍ତ୍ତମାନର ଆଇନମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ପିଟି ଉଷାଙ୍କୁ ଆଇଓଏର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ସେ ଅଳ୍ପକେ ପଦକ ହରାଇଥିଲେ । ମାତ୍ର ୧/୧୦୦ ସେକେଣ୍ଡ ପାଇଁ ପଦକ ଜିତି ପାରି ନଥିଲେ । ଏସୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ,୭ ରୌପ୍ୟ ଜିତି ଇତିହାସ ରଚିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+