ଆଇପିଏଲ୍‌ ନିଲାମରେ ‘ଅନ୍‌ସୋଲ୍ଡ' କ୍ରିକେଟରଙ୍କୁ ଟାର୍ଗେଟ କରିବ ପିଏସ୍‌ଏଲ୍‌ !

ଆଇପିଏଲ୍‌ ନିଲାମରେ ଅନେକ ଆନ୍ତର୍ଜାତିକ କ୍ରିକେଟର୍‌ 'ଅନ୍‌ସୋଲ୍ଡ' ରହିଯାଇଛନ୍ତି । ତେବେ ଏହି ଖେଳାଳିମାନଙ୍କୁ ଲୋଭନୀୟ ଅଫର୍‌ ଦେଇ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ସାମିଲ କରାଇବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚିନ୍ତା କରୁଛି। ଏକ ରିପୋର୍ଟ ଅନୁସାରେ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏଥିପାଇଁ ପିଏସ୍‌ଏଲ୍‌କୁ (PSL ) ଘୁଞ୍ଚାଇ ଦିଆଯାଇଛି। ଫଳରେ ଯେଉଁ ସମୟରେ ଆଇପିଏଲ୍‌ ଚାଲିବ ସେହି ସମୟରେ ପାକିସ୍ତାନରେ ପିଏସ୍‌ଏଲ୍‌ ଆୟୋଜନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ହେଲେ ବିଶ୍ବର ଅନେକ ନାମୀ ଖେଳାଳି ଆଇପିଏଲ୍‌ରେ ଖେଳିବାକୁ ଯାଉଥିବାରୁ ପିଏସ୍‌ଏଲ୍‌ରେ ଖେଳାଳି ସଙ୍କଟ ଦେଖାଦେଇପାରେ। ଏଥିପାଇଁ ମେଗା ନିଲାମରେ ଯେଉଁ ଆନ୍ତର୍ଜାତିକ କ୍ରିକେଟର୍‌ମାନେ 'ଅନ୍‌ସୋଲ୍ଡ' ରହିଯାଇଥିଲେ, ସେମାନଙ୍କୁ ପିଏସ୍‌ଏଲ୍‌ରେ ସାମଲ କରାଇବାକୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାଲିକମାନେ ପିସିବିକୁ ଚିଠି ଲେଖିଛନ୍ତି। ତୁରନ୍ତ ସେହି ଖେଳାଳିମାନଙ୍କର ଏଜେଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ ପିସିବିକୁ କୁହାଯାଇଛି। ସୂଚନାଯୋଗ୍ୟ, ଆଇପିଏଲ୍‌ ମେଗା ନିଲାମରେ ଡେଭିଡ୍‌ ୱାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌, କେନ୍‌ ୱିଲିୟମ୍‌ସନ୍‌, ଡାରେଲ୍‌ ମିଚେଲ୍‌, ଆଦିଲ୍‌ ରସିଦଙ୍କ ଭଳି ତାରକା ଖେଳାଳିଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ କିନ୍ତୁ ତା' ଖେଳାଳିଙ୍କୁ ପିଏସ୍‌ଏଲ୍‌କୁ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

PSL may target unsold cricketers

ଚାମ୍ପିୟନ୍ସ ଟ୍ରଫି

ଆଇସିସି ଗାଇଡଲାଇନ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ଘୋଷଣା ହେବା କଥା। ଯଦି ୨୦୨୫ ଫେବ୍ରୁଆରି ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୁଏ, ତେବେ ୨୦୨୪ ନଭେମ୍ବର ୧୨ ତାରିଖ ସୁଦ୍ଧା କାର୍ଯ୍ୟସୂଚୀ ଘୋଷଣା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇନାହିଁ । ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ବିଳମ୍ବିତ ହୋଇଛି । ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜନ ପାଇଁ ମଧ୍ୟ ଚର୍ଚ୍ଚା ହେଉଛି । ଏହା ମାଧ୍ୟମରେ ପାକିସ୍ତାନରେ ୧୦ଟି ମ୍ୟାଚ ଓ ୟୁଏଇରେ ୫ଟି ମ୍ୟାଚ ଆୟୋଜନ ହେବ । କିନ୍ତୁ ଏପରି ମଡେଲ ଭାରତରେ ଆୟୋଜନ ହେବାକୁ ଥିବା ଭବିଷ୍ୟତ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ବି ଲାଗୁ ହେଉ ବୋଲି ପାକିସ୍ତାନ ଜିଦ କରିବା ପରେ ଅଚଳାବସ୍ଥା ଲାଗି ରହିଛି । ଏବେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ହିଁ ଜଣାପଡ଼ିବ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ କେଉଁଠି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+