'ପ୍ରାଉଡ୍ ଅଫ୍ ଇଣ୍ଡିଆନ ଆର୍ମୀ', IPLରେ ଭାରତୀୟ ସେନାର ବୀରତ୍ୱକୁ ଏପରି କରାଗଲା ସଲାମ
ଆଇପିଏଲ ୨୦୨୫ର ୫୭ମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଛି।
ଏହି ମ୍ୟାଚକୁ ସିଏସକେର ଟିମ ୨ ୱିକେଟରେ ବିଜୟ ହାସଲ କରିଛି। ଏହି ମୁକାବିଲା ଆରମ୍ଭ ହେବା ପୂର୍ବରୁ ଦୁଇ ଟିମର ପ୍ଲେୟର୍ସ ଏବଂ ଷ୍ଟାଡିୟମରେ ଥିବା ସମସ୍ତ ଫ୍ୟାନ୍ସ ଭାରତୀୟ ସେନାର ବୀରତ୍ୱକୁ ସଲାମ କରିଛନ୍ତି।
ଏଥିରେ ଅପରେସନ ସିନ୍ଦୂରକୁ ନେଇ ସମସ୍ତଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଜୀବନର ପ୍ରତିଶୋଧ ଭାରତୀୟ ସେନା ବୁଧବାର ଭୋର ସମୟରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଇଛି ଭାରତ।

ଅପରେସନ ସିନ୍ଦୂର ଅଧୀନରେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ପହଲଗାମ ଆକ୍ରମଣର ୧୫ ଦିନ ପରେ ଭାରତ ପକ୍ଷରୁ ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ବିମାନ ଆକ୍ରମଣକୁ ବାଲାକୋଟ ଏବଂ ୧୯୭୧ ଯୁଦ୍ଧ ସହିତ ତୁଳନା କରାଯାଉଛି ।
ଯେତେବେଳେ ଭାରତ ଶୋଇଥିଲା, ଭାରତୀୟ ସେନା ଏକ ମିଶନ୍ କରୁଥିଲା ଯାହାର ପ୍ରତିଧ୍ୱନି ସୀମା ପାର ହୋଇ ପାକିସ୍ତାନର ପଞ୍ଜାବ ପର୍ଯ୍ୟନ୍ତ ଶୁଣାଯାଉଥିଲା। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ, ଭାରତୀୟ ସେନା ବୁଧବାର ରାତିରେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଥିଲା।












Click it and Unblock the Notifications