ସାହିଦ ଆଫ୍ରିଦିଙ୍କ ଝିଅଙ୍କୁ ବାହା ହେବେ ଏହି ପାକିସ୍ତାନୀ କ୍ରିକେଟର
ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କ ବଡ ଝିଅ ଆକସା ଆଫ୍ରିଦିଙ୍କ ସହ ବିବାହ କରିବାକୁ ଯାଉଛନ୍ତି।
କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କୁ ତାଙ୍କ ଜୀବନ ଶୈଳୀ ଏବଂ ପ୍ରଣାଳୀ ପାଇଁ ଜଣେ ଶୃଙ୍ଖଳିତ ମଣିଷ ଭାବେ ବିବେଚନା କରାଯାଏ, ଯାହା ସେ ନିଜ ପିଲାମାନଙ୍କର ପୋଷଣରେ ମଧ୍ୟ ଦର୍ଶାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପରି ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଝିଅମାନେ ଆଦୌ ଲାଇମଲାଇଟରେ ରୁହନ୍ତି ନାହିଁ। ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଦେଖାଯାଏ, ଯେଉଁଥିରେ ସେମାନେ ପାରମ୍ପାରିକ ପୋଷାକରେ ମଧ୍ୟ ଥାଆନ୍ତି । ଏବେ ଏକ ଖବର ଆସୁଛି ଯେ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କ ବଡ ଝିଅ ଆକସା ଆଫ୍ରିଦିଙ୍କ ସହ ବିବାହ କରିବାକୁ ଯାଉଛନ୍ତି।
ଶାହିନ୍ ଆଫ୍ରିଦି ଏବଂ ଆକସାଙ୍କ ବିବାହ:
ପାକିସ୍ତାନୀ ଗଣମାଧ୍ୟମରୁ ଆସିଥିବା ଖବର ଅନୁଯାୟୀ ଶାହିନଙ୍କ ପରିବାର ଏହି ପ୍ରସ୍ତାବକୁ ସାହିଦ ଆଫ୍ରିଦିଙ୍କ ନିକଟକୁ ପଠାଇଛନ୍ତି, ଯାହା ଗ୍ରହଣ କରାଯାଇଛି। ଶାହିନ୍ ଶାହା ଆଫ୍ରିଦି ଏବଂ ସାହିଦ ଆଫ୍ରିଦିଙ୍କ ଝିଅ ଆକସା ଉଭୟଙ୍କୁ 20 ବର୍ଷ ବୟସ । ଜିଓଟିଭି ରିପୋର୍ଟ ଅନୁଯାୟୀ ଶାହିନଙ୍କ ପିତା ଆୟାଜ ଖାନ ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ ପରିବାରର ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ଏହି ପ୍ରସ୍ତାବ ଗ୍ରହଣ କରାଯାଇଛି। ବର୍ତ୍ତମାନ ଖୁବଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା କରାଯିବ।

20 ବର୍ଷ ବୟସ୍କା ଆକସା ପାଞ୍ଚ ଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ:
ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରସ୍ତାବ ଗତ 2 ବର୍ଷ ତଳେ ପଡିଥିଲା । ବର୍ତ୍ତମାନ ଏଥିରେ ମୋହର ବାଜିଛି । ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଖବର ସୋସିଆଲ ମିଡିଆରେ ଉଡ଼ୁଥିବା ବେଳେ ଶାହିନ୍ ଶାହା ଆଫ୍ରିଦିଙ୍କ ପରିବାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି।












Click it and Unblock the Notifications