ପ୍ରିୟାଂଶ ଓ ପ୍ରଭସିମରନଙ୍କ ଅର୍ଦ୍ଧଶତକ, କୋଲକାତା ଆଗରେ ୨୦୨ ରନର ଲକ୍ଷ୍ୟ ରଖିଲା ପଞ୍ଜାବ କିଙ୍ଗସ୍
ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲର ୪୪ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (କେକେଆର) ଆଗରେ ୨୦୨ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ ।
ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ପ୍ରିୟାଂଶ ୬୯ ରନ କରିଥିବାବେଳେ ପ୍ରଭସିମରନ ୮୩ ରନ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୨୦ ରନ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର ଅପରାଜିତ ୨୫ ରନ କରିଥିବାବେଳେ ଗ୍ଲୋନ ମାକ୍ସଓ୍ବେଲଙ୍କ ଖରାପ ଫର୍ମ ଜାରି ରହିଛି । ସେ ମାତ୍ର ୭ ରନ କରି ବରୁଣ ଚକ୍ରବର୍ତ୍ତିଙ୍କ ବଲରେ ବୋଲଡ୍ ହୋଇଥିଲେ । ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୨୦୧ ରନ କରିଥିଲେ ।

କୋଲକାତା ପକ୍ଷରୁ ବୈଭବ ଆରୋରା ୨ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
KKR vs PBKS ଲାଇଭ୍ ସ୍କୋର: ଉଭୟ ଦଳର ପ୍ଲେଇଂ-୧୧
କୋଲକାତା ନାଇଟ୍ ରାଇଡର୍ସ: ରହମାନୁଲ୍ଲା ଗୁରୁବାଜ (ୱିକେଟ କିପର), ସୁନୀଲ ନାରିନ, ଅଜିଙ୍କ୍ୟ ରାହାନେ (ଅଧିନାୟକ), ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ରୋଭମାନ ପାୱେଲ, ବୈଭବ ଆରୋରା, ଚେତନ ସାକରିଆ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ
ଇମ୍ପାକ୍ଟ ପ୍ଲେୟାର୍: ଅଙ୍ଗକ୍ରିଶ୍ ରଘୁଭାନ୍ସି, ମନୀଷ ପାଣ୍ଡେ, ଅନ୍ରିଚ୍ ନର୍ଟେଜେ, ଲାଭନିଥ ସିସୋଡିଆ, ଅନୁକୁଲ ରୟ
ପଞ୍ଜାବ କିଙ୍ଗସ୍: ପ୍ରୀୟଂଶ ଆର୍ଯ୍ୟ, ପ୍ରଭାସୀମନ୍ ସିଂ, ଶ୍ରେୟସ୍ ଆୟର (ଗ), ଜୋଶ ଇଂଲିଶ (ଡବ୍ଲୁ), ନେହାଲ ୱାଡେରା, ଶଶାଙ୍କ ସିଂ, ଗ୍ଲେନ୍ ମ୍ୟାକ୍ସୱେଲ, ଆଜମାତୁଲ୍ଲା ଉମରଜାଇ, ମାର୍କୋ ଜାନସେନ୍, ଅର୍ଶଦୀପ ସିଂ, ୟୁଜଭେନ୍ଦ୍ର ଚହଲ
ଇମ୍ପାକ୍ଟ ପ୍ଲେୟାର୍: ହରପ୍ରୀତ ବ୍ରା, ମୁଶୀର ଖାନ, ବିଜୟକୁମାର ବୈଶାଖ, ସୁର୍ଯ୍ୟଶ ଶେଜ୍, ପ୍ରବୀଣ ଦୁବେ












Click it and Unblock the Notifications