Get Updates
Get notified of breaking news, exclusive insights, and must-see stories!

ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ଯୁବତୀ ସ୍ୱପ୍ନା ଗିଲ୍‌ ଗିରଫ

କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ଯୁବତୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ସ୍ୱପ୍ନା ଗିଲ୍‌ । ସେ ଜଣେ ବ୍ଲଗର ତଥା ୟୁଟ୍ୟୁବର । ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ।

Prithvi Shaw Selfie Controversy

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ'ଙ୍କୁ ଆକ୍ରମଣ କରିଥିବା ଯୁବତୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ସ୍ୱପ୍ନା ଗିଲ୍‌ । ସେ ଜଣେ ବ୍ଲଗର ତଥା ୟୁଟ୍ୟୁବର । ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଆହୁରି ୭ ଜଣ ଅଭିଯୁକ୍ତ ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଉଲ୍ଲେଖଥାଉ କି, ଗତକାଲି ରାତିରେ ମୁମ୍ବାଇର ସାହାରା ଷ୍ଟାର ହୋଟେଲରେ ଅଭିଯୁକ୍ତ ସ୍ୱପ୍ନା ଗିଲ୍‌ ଓ ତାଙ୍କ ବନ୍ଧୁ ଶୋବିଟ୍ ଠାକୁର ପୃଥ୍ୱୀ ଶ'ଙ୍କ ସହ ପ୍ରଥମେ ଗୋଟିଏ ସେଲଫି ଉଠାଇ ଥିଲେ । ତେବେ ଆଉ ଥର ସେଲଫି ଉଠାଉବା ପାଇଁ ସେମାନେ ବାଧ୍ୟ କରିବାରୁ ପୃଥ୍ୱୀ ଶ' ମନା କରି ଦେଇଥିଲେ । କିନ୍ତୁ ସ୍ୱପ୍ନା ଗିଲ୍ ଓ ତାଙ୍କର ସାଙ୍ଗମାନେ ଶ'ଙ୍କୁ ଛାଡ଼ି ନଥିଲେ। ଫଳରେ ବାଧ୍ୟହୋଇ ଶ' ତାଙ୍କ ବନ୍ଧୁ ଆଣିଷ ସୁରେନ୍ଦ୍ର ଯାଦବ ଓ ହୋଟେଲ୍ ମ୍ୟାନେଜରଙ୍କୁ ଡାକିଥିଲେ। ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନଙ୍କୁ ହୋଟେଲ୍ ମ୍ୟାନେଜର ସେଠାରୁ ତଡ଼ି ଦେଇଥିଲେ। ଏହା ପରେ ରାଗ ରଖି ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ।

କିଛି ସମୟ ପରେ ପୃଥ୍ବୀ ଶ' ହୋଟେଲରୁ ବାହାରିବା ପରେ ତାଙ୍କୁ ଓ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ରମଣ ହୋଇଥିଲା । ଜୋଗେଶ୍ୱରୀ ଲିଙ୍କ୍ ରୋଡରେ ଥିବା ଲୋଟସ୍ ପେଟ୍ରୋଲ୍ ଷ୍ଟେସନ ନିକଟରେ ଏକ ବେସବଲ୍ ବ୍ୟାଟ୍ ସାହାଯ୍ୟରେ ପୃଥ୍ବୀ ଶ' ଏବଂ ତାଙ୍କ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ । ସ୍ୱପ୍ନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ'ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ। ଫଳରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା।

ଓସିୱାରା ଥାନା ପୋଲିସ୍ ସ୍ୱପ୍ନା ଗିଲ୍‌ଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଆଜି ସନ୍ଧ୍ୟାରେ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଗିରଫ କରାଯାଇ ପାରେ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+