ସେଲଫି ଦେବାକୁ ମନା କରିବାରୁ ପୃଥ୍ୱୀ ଶ’ଙ୍କୁ ଆକ୍ରମଣ
ତାଙ୍କ ବନ୍ଧୁଙ୍କ ସହିତ ପୃଥ୍ୱୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଖବର ଆସିଛି । ତେବେ ଏହି ଘଟଣାରେ ମୁମ୍ବାଇ ପୋଲିସ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ, ପୃଥ୍ୱୀ ସ’ଙ୍କ ବନ୍ଧୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି ।

ମୁମ୍ବାଇ: ସେଲଫି ଦେବାକୁ ମନା କରିବାରୁ କଲେ ଆକ୍ରମଣ । ପାଗଳ ପ୍ରାୟ ଦୁଇ ଫ୍ୟାନ୍ସ ସେଲଫି ନେବା ପାଇଁ ବାରମ୍ବାର ଅପ୍ରିତିକର ବ୍ୟବହାର କରିଥିଲେ । ତେବେ କ୍ରିକେଟର ସେଲଫି ପାଇଁ ମନା କରିବାରୁ ତାଙ୍କ କାର ଉପରକୁ ଆକ୍ରମଣ କଲେ ଅଭିଯୁକ୍ତ ।
ଏମିତି ଘଟଣା ଘଟିଛି ଭାରତୀୟ କ୍ରିକେଟ୍ ଟିମର ଯୁବ କ୍ରିକେଟର ପୃଥ୍ୱୀ ଶ'ଙ୍କ ସହ । ତାଙ୍କ ବନ୍ଧୁଙ୍କ ସହିତ ପୃଥ୍ୱୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଖବର ଆସିଛି । ତେବେ ଏହି ଘଟଣାରେ ମୁମ୍ବାଇ ପୋଲିସ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ, ପୃଥ୍ୱୀ ସ'ଙ୍କ ବନ୍ଧୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନାନୁସାରେ ବୁଧବାର (ଫେବୃଆରୀ 15) ସନ୍ଧ୍ୟାରେ ମୁମ୍ବାଇର ସାହାରା ଷ୍ଟାର ହୋଟେଲରେ ଥିବା ମାନସ କ୍ଲବରେ ଏହି ଘଟଣା ଘଟିଛି । ଦୁଇ ପ୍ରଶଂସକ ସାନା ଗିଲ ଏବଂ ଶୋବିଟ୍ ଠାକୁର ପୃଥ୍ୱୀ ଶ'ଙ୍କ ପ୍ରଥମେ ଗୋଟିଏ ସେଲଫି ଉଠାଇଥିଲେ । ତେବେ ଆଉ ଥର ସେଲଫି ଉଠାଉବା ପାଇଁ ସେମାନେ ବାଧ୍ୟ କରିବାକୁ ପୃଥ୍ୱୀ ଶ' ମନା କରି ଦେଇଥିଲେ । ଏହା ପରେ ହୋଟେଲ ମ୍ୟାନେଜମେଣ୍ଟ ଏହି ଦୁଇ ଫ୍ୟାନ୍ସଙ୍କୁ ଯିବାକୁ କହିଥିଲେ।
ବୋଧହୁଏ କ୍ରିକେଟରଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇ ସେମାନେ ହୋଟେଲ ବାହାରେ ଅପେକ୍ଷା କରି ପୃଥ୍ୱୀ ଶ' ଓ ତାଙ୍କ ବନ୍ଧୁ ଆଶିଷ ଯାଦବଙ୍କ କାରକୁ ଅନୁସରଣ କରିଥିଲେ। କାରଟି ଜୋଗେଶ୍ୱରୀ ଲିଙ୍କ୍ ରୋଡରେ ଥିବା ଲୋଟସ୍ ପେଟ୍ରୋଲ୍ ଷ୍ଟେସନ ନିକଟରେ ପହଞ୍ଚିବା ପରେ କିଛି ଲୋକ ଯାଦବଙ୍କ ରାସ୍ତା ଅବରୋଧ କରି ଏକ ବେସବଲ୍ ବ୍ୟାଟ୍ ସାହାଯ୍ୟରେ କାରର କାଚକୁ ଭାଙ୍ଗିଥିଲେ । ତେବେ ଆକ୍ରମଣ ସମୟରେ କେବଳ ପୃଥ୍ୱୀ ଶ'ଙ୍କ ବନ୍ଧୁ ଏବଂ ଡ୍ରାଇଭର କାର ଭିତରେ ଥିଲେ । ପୃଥ୍ୱୀ ଶ'ଙ୍କ ଅନ୍ୟ ଗାଡିରେ ନିଜ ଘରକୁ ଚାଲି ଯାଇଥିଲେ ।












Click it and Unblock the Notifications