ଓସିଏ ବସ୍ ହେଲେ ବବି ଦାସ
ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ଶେଷ ହୋଇଛି । ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ସାଧାରଣ ସଂପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ଶେଷ ହୋଇଛି । ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ସାଧାରଣ ସଂପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ନିର୍ବାଚନା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା ।

ତେବେ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ ହେବାକୁ ଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ । ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ସଭାପତି ପଦ ପାଇଁ ନାମଙ୍କନ ଭରିଥିଲେ । ବବି ଦାସ ଚଳିତ ଥର ଯାଜପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି । ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମ୍କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ବବିଙ୍କ ନାମ ଯାଜପୁରରୁ ଆସିଥିବା କୁହାଯାଉଛି ।












Click it and Unblock the Notifications