Get Updates
Get notified of breaking news, exclusive insights, and must-see stories!

Pramod Bhagat: ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥଲଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ପ୍ରମୋଦ ଭଗତ । ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍‌ ଜିତିଲେ ପ୍ରମୋଦ ।

ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଫାଇନାଲ ମୁକାବିଲାରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ୧୦୦ ମିନିଟର କଡ଼ା ସଂଘର୍ଷ ପରେ ସେ ଏହି ସଫଳତା ପାଇଛନ୍ତି ।

Pramod Bhagat

ପ୍ରଥମ ସେଟ ହାରିବା ପରେ ଶେଷ ଦୁଇ ସେଟରେ ପ୍ରମୋଦ ପ୍ରତ୍ୟାବର୍ତନ କରି ୧୪-୨୧, ୨୧-୧୫, ୨୧-୧୪ ବ୍ୟବଧାନରେ ଡାନିଏଲଙ୍କୁ ହରାଇଛନ୍ତି । ଏହି ବିଜୟ ସହିତ ପ୍ରମୋଦ ପାରା କିମ୍ବଦନ୍ତୀ 'ଲିନ ଡାନ'ଙ୍କ ୫ ଟି ବିଶ୍ୱ ଟାଇଟଲ୍ ସହିତ ସମକକ୍ଷ ହୋଇଛନ୍ତି ଏବଂ ପ୍ରଥମ ଖେଳାଳିଭାବେ ଲଗାତାର ତୃତୀୟ ଥର ପାଇଁ ଏସଏଲ୩ ବର୍ଗରେ କ୍ରମାଗତ ବିଜୟ ହାସଲ କରିବାରେ ପ୍ରଥମ ପାରା ସଟଲର ହୋଇଛନ୍ତି ।

ସେହିଭଳି ଅନ୍ୟତମ ଭାରତୀୟ ସୁହାସ୍ ଲାଲିନାକେର୍ ୟାଥିରାଜ ଇଣ୍ଡୋନେସିଆର ଫ୍ରେଡି ସେଟିଆୱାନଙ୍କୁ ହରାଇ ଏସଏଲ୪ ବର୍ଗରେ ତାଙ୍କର ପ୍ରଥମ ବିଶ୍ୱ ଟାଇଟଲ୍ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+