ପ୍ରମୋଦ ଭଗତ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର
ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସୁନା ପଦକ ଜିତିଥିଲେ ।
ଭୁବନେଶ୍ୱର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସୁନା ପଦକ ଜିତିଥିଲେ ।

ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବା ପ୍ରମୋଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ। ଆଉ ସେ ଦେଶର ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ।
ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମିଳିଥିଲା ଖେଳରତ୍ନ ପୁରସ୍କାର । ତେବେ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ ।
ବର୍ତ୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ ହେବା ମୋ ପାଇଁ ଗର୍ବର କଥା। ଆଗକୁ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍ ଭଳି ବଡ଼ ଇଭେଣ୍ଟ ଅଛି। ଆଉ ଏହା ପୂର୍ବରୁ ଏହି ପୁରସ୍କାର ମୋତେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ।
ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଗତବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ପାଇଁ ୨୦୨୧ ଅକ୍ଟୋବର ମାସରେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ବଡ଼ ସମ୍ମାନ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ











Click it and Unblock the Notifications