Get Updates
Get notified of breaking news, exclusive insights, and must-see stories!

ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହେବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା !

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହୋଇପାରନ୍ତି। ପୁରୁଷ ଚୟନ ସମିତିରେ ୨ଟି ପଦ ଏବଂ ମହିଳା ଚୟନ ସମିତିରେ ୪ଟି ପଦ ପାଇଁ ବିସିସିଆଇ ଶୁକ୍ରବାର ବିଜ୍ଞାପନ ପ୍ରକାଶ କରିଛି।

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହୋଇପାରନ୍ତି। ପୁରୁଷ ଚୟନ ସମିତିରେ ୨ଟି ପଦ ଏବଂ ମହିଳା ଚୟନ ସମିତିରେ ୪ଟି ପଦ ପାଇଁ ବିସିସିଆଇ ଶୁକ୍ରବାର ବିଜ୍ଞାପନ ପ୍ରକାଶ କରିଛି।

ସେପ୍ଟେମ୍ବର ୧୦ ତାରିଖରୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ୨୦୧୩ରେ ମୁମ୍ବାଇର ୱାଙ୍ଖ୍‌ଡେରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ୍‌ (ବନାମ ୱେଷ୍ଟଇଣ୍ଡିଜ୍)ରେ ୧୦ ୱିକେଟ୍ ସଫଳତା ସହ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିବା ପ୍ରଜ୍ଞାନ ଦକ୍ଷିଣାଞ୍ଚଳରୁ ପ୍ରତିନିଧିତ୍ବ କରିବା ସମ୍ଭାବନା ରହିଛି ।

୨୦୨୧ରୁ ଦକ୍ଷିଣାଞ୍ଚଳ ସଦସ୍ୟ ଥିବା ଏସ୍ ଶରଥଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ବଦଳରେ ପ୍ରଜ୍ଞାନଙ୍କ ନାମ ଚର୍ଚ୍ଚାକୁ ଆସିଛି। କେନ୍ଦ୍ରାଞ୍ଚଳରୁ କିଏ ସ୍ଥାନ ପାଇବେ ସ୍ପଷ୍ଟ ହୋଇନାହିଁ।

ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳର ପ୍ରତିନିଧିତ୍ବ କରୁଥିବା ଅଜିତ୍ ଅଗରକର ଓ ଅଜୟ ରାତ୍ରା ପଦ ବଜାୟ ରଖିବେ। ଭାରତ ପାଇଁ ୨୪ ଟେଷ୍ଟ୍‌, ୧୮ ଦିନିକିଆ ଓ ୬ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ପ୍ରଜ୍ଞାନ ଯଥାକ୍ରମେ ୧୧୩, ୨୧, ୧୦ ୱିକେଟ୍ ନେଇଥିଲେ। ସଚିନଙ୍କ ବିଦାୟୀ ଟେଷ୍ଟ୍ ମଧ୍ୟ ପ୍ରଜ୍ଞାନଙ୍କ ପାଇଁ ବିଦାୟୀ ଟେଷ୍ଟ୍ ହୋଇଯାଇଥିଲା। ବିସିସିଆଇ ବରିଷ୍ଠ ଚୟନ ସମିତି ସଦସ୍ୟ ପଦ ପାଇଁ ଜଣେ ଅନ୍ୟୂନ ୭ ଟେଷ୍ଟ୍‌, ୧୦ ଦିନିକିଆ କିମ୍ବା ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ଆବଶ୍ୟକ।

ଏଥି ସହ ୫ ବର୍ଷ ତଳୁ ଅବସର ନେଇଥିବା ମଧ୍ୟ ଆବଶ୍ୟକ। ମହିଳା ଚୟନ ସମିତି ପାଇଁ ଏହା ଅନ୍ୟୂନ ଭାରତୀୟ ମହିଳା ଦଳର ପ୍ରତିନିଧିତ୍ବ କରିଥିବେ ଏବଂ ୫ ବର୍ଷ ତଳୁ ଅବସର ନେଇଥିବା ଆବଶ୍ୟକ ବୋଲି କୁହାଯାଇଛି। ସେହିଭଳି ମୋଟ ଉପରେ ୫ ବର୍ଷ ଧରି ବିସିସିଆଇର କୌଣସି କ୍ରିକେଟ୍‌ କମିଟିରେ ବି ରହିନଥିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+