ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା
ଜାତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ୱିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନ ପାଇଲେ ପ୍ରଜ୍ଞାନ ।ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପରାଇଲେ ଏହି ଓଡ଼ିଆ ପୁଅ । ନୂଆ ସଦସ୍ୟ ଭାବେ ଆରପି ସିଂ ସାମିଲ ହୋଇଥିବାବେଳେ ନିଜ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା ।

ସେପଟେ ମିଥୁନ ମାନହସଙ୍କୁ ବିସିସିଆଇର ନୂଆ ସଭାପତି ଭାବେ ଚୟନ କରାଯାଇଛି । ବିସିସିଆଇ ଏଜିଏମରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମିଥୁନ । ଜମ୍ମୁ-କଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ମିଥୁନ ପାଇଛନ୍ତି ବିସିସିଆଇର ସର୍ବୋଚ୍ଚ ପଦ ।












Click it and Unblock the Notifications