Modi meets Vaibhav Suryavanshi: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚର୍ଚ୍ଚିତ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚର୍ଚ୍ଚିତ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ପରିବାର ସହ ବିହାରର ପାଟନା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୈଭବ । ଆଇପିଏଲରେ ବୈଭବଙ୍କ ଚମତ୍କାର ପ୍ରଦର୍ଶନ ପରେ ଟ୍ବିଟ କରି ତାଙ୍କୁ ଶଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ପୂରା ଦେଶ ବୈଭବଙ୍କ କ୍ରିକେଟିଂ ସ୍କିଲ ଉପରେ ଗର୍ବ କରେ ବୋଲି ଲେଖିଥିଲେ ମୋଦି ।
ପାଟନା ଏୟାରପୋର୍ଟରେ ବୈଭବଙ୍କୁ ସାକ୍ଷାତ କରିବା ପରେ ମୋଦି ଟ୍ବିଟ୍ କରି କହିଛନ୍ତି, ପାଟନା ଏୟାରପୋର୍ଟରେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାର ସହିତ ସାକ୍ଷାତ ହୋଇଥିଲା । ବୈଭବଙ୍କ ଭବିଷ୍ୟତ ପାଇଁ ଶୁଭକାମନା ।'

ବିହାରରେ ୨୦୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବୈଭବ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍ ରେ ୧୧ ଛକା ଓ ୭ ଚୌକା ସହ ୧୦୧ ରନ୍ କରିଥିଲେ ବୈଭବ । T-20ରେ ଶତକ କରିବାରେ ବୈଭବ ବିଶ୍ବର ସର୍ବକନିଷ୍ଠ ଖେଳାଳି । କ୍ରିସ୍ ଗେଲଙ୍କ ପରେ IPLରେ ଦ୍ବିତୀୟ ଦ୍ରୁତତମ ଶତକ ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ ।












Click it and Unblock the Notifications