ବ୍ରିଜଭୂଷଣଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ ! ଜାଣନ୍ତୁ, କାରଣ...
Wrestlers Protest, Brij Bhushan Singh: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ । କାରଣ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା କୁସ୍ତିଯୋଦ୍ଧା ଜଣଙ୍କ ପ୍ରକୃତରେ ସାବାଳିକା ବୋଲି ସୂଚନା ମିଳିଛି । ତେଣୁ ତାଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟ ହଟାଇ ଦିଆଯାଇ ପାରେ ବୋଲି ପୋଲିସି କହିଛି ।
ତେବେ ବର୍ତ୍ତମାନ ଦିଲ୍ଲୀ ପୋଲିସର ଯାଞ୍ଚରେବଡ଼ ଖୁଲାସା ହୋଇଛି । ବିଷଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଲଗାଇଥିବା ମହିଳା କୁସ୍ତି ଯୋଦ୍ଧା ଅଭିଯୋଗ ଲଗାଇଲା ବେଳେ ତାଙ୍କ ୨ ବର୍ଷ କମାଇ ଦେଇଥିଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ କୁସ୍ତି ଯୋଦ୍ଧାଙ୍କ ଧାରଣାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଯଦି ପୋଲିସର ତଦନ୍ତ ସତ ହୁଏ ତେବେ ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟ ହଟାଇ ଦିଆଯାଇ ପାରେ ।

ଅନ୍ୟପଟେ ବ୍ରିଜଭୂଷଣ ସିଂଙ୍କୁ ଗିରଫ କରିବା ପାଇଁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ ବୋଲି ଆଜି (ବୁଧବାର) ଦିଲ୍ଲୀ ପୋଲିସ କହିଛି । ଏଥି ସହିତ ଦିଲ୍ଲୀ ପୋଲିସ କହିଛି ଯେ, କୁସ୍ତିଯୋଦ୍ଧାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ କୌଣସି ସୁରାଗ ନାହିଁ, ତେଣୁ ବ୍ରିଜଭୂଷଣଙ୍କୁ ଗିରଫ କରାଯାଇ ପାରିବ ନାହିଁ ।
ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରିବା ପାଇଁ ଆମେ ପର୍ଯ୍ୟାପ୍ତ ପ୍ରମାଣ ପାଇନାହୁଁ । ୧୫ ଦିନ ମଧ୍ୟରେ ଆମେ କୋର୍ଟରେ ଆମର ରିପୋର୍ଟ ଦାଖଲ କରିବୁ । ଏହା ଚାର୍ଜସିଟ୍ କିମ୍ବା ଅନ୍ତିମ ରିପୋର୍ଟ ଆକାରରେ ହୋଇପାରେ । କୁସ୍ତିମାନଙ୍କ ଦାବିକୁ ପ୍ରମାଣ କରିବାକୁ କୌଣସି ସହାୟକ ପ୍ରମାଣ ନାହିଁ ବୋଲି ଦିଲ୍ଲୀ ପୋଲିସର ଟପ୍ ସୋର୍ସ ନ୍ୟୁଜ୍ ଏଜେନ୍ସି ANI କୁ କହିଛି ।
ଉଲ୍ଲେଖଥାଉ କି, ନାବାଳିକା କୁସ୍ତି ଯୋଦ୍ଧା ବ୍ରଜି ଭୂଷଣଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ମହିଳା କୁସ୍ତି ଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଆଜି ୩୯ ଦିନ ପୂରିଛି । ମେ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ସମୟରେ କୁସ୍ତିଯୋଦ୍ଧାମାନେ ମହିଳା ପହଞ୍ଚାୟତ ବସାଇବାକୁ ଯାଉଥିବା ବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଯନ୍ତରମନ୍ତରରୁ ସେମାନଙ୍କୁ ହଟାଇ ଦିଆଯାଇଥିଲା ।
ପରେ ଗତାକାଲି (ମଙ୍ଗଳବାର) ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ସମେତ ଅନେକ କୁସ୍ତିଯୋଦ୍ଧା ସେମାନେ ପାଇଥିବା ପଦକକୁ ଗଙ୍ଗାରେ ଭସାଇ ଦେବାକୁ ହରିଦ୍ୱାର ଯାତ୍ରା କରିଥିଲେ । ହେଲେ ଚାଷୀନେତା ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ନରେଶ ଟିକାୟତଙ୍କୁ ପଦକ ହସ୍ତାନ୍ତର କରିଥିଲେ । ଏହା ସହିତ କୁସ୍ତିଯୋଦ୍ଧାମାନେ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ୫ ଦିନ ସମୟ ଦେଇଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications