Get Updates
Get notified of breaking news, exclusive insights, and must-see stories!

ମନ କି ବାତରେ ବ୍ରହ୍ମପୁର ପୁଅ ହର୍ଷବର୍ଦ୍ଧନ ସାହୁ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ମନ କି ବାତରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ରେ ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କ ନାମ ନେବା ସହିତ ତାଙ୍କ ସଫଳତାକୁ ନେଇ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ପୂରା ବ୍ରହ୍ମପୁରରେ ଅଞ୍ଚଳରେ ଖୁସିର ମାହୋଲ ।

ଖେଲୋ ଇଣ୍ଡିଆରେ ଚମକିଥିଲେ ସୁନା ପୁଅ ହର୍ଷବର୍ଦ୍ଧନ:

ରାଜ୍ୟ ତଥା ଦେଶରେ ଭାରତ୍ତୋଳନ କ୍ରୀଡାରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବ୍ରହ୍ମପୁର ସହର ପାଇଁ ଆଜି ପୁଣି ଏକ ଗର୍ବ ଓ ଗୌରବ ଆଣିଛନ୍ତି ବ୍ରହ୍ମପୁର ସହରର ଶାନ୍ତି ନଗରର ହର୍ଷବର୍ଦ୍ଧନ ସାହୁ । ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଆଜି ଭାରତ୍ତୋଳନ କରୁଥିବା ହର୍ଷବର୍ଦ୍ଧନଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ୍ତୋଳନ ଭଳି କ୍ରୀଡାରେ ପ୍ରଥମେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାଗ ନେଇ ପରେ ରାଜ୍ୟ ଏବଂ ବର୍ତ୍ତମାନ ବିହାରର ଚାଲିଥିବା ଖେଲୋ ଇଣ୍ଡିଆରେ ୪୯ କେଜି ବର୍ଗରେ ହର୍ଷବର୍ଦ୍ଧନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ପୂର୍ବରୁ ଏହି କ୍ରୀଡାର ୪୯ କେଜି ବର୍ଗରେ ରହିଥିବା ପୂର୍ବର ଝାଡ଼ଖଣ୍ଡର ଜଣେ ପ୍ରତିଯୋଗୀଙ୍କ ୨୦୨ ରାଙ୍କକୁ କାଟି ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ୨୦୩ ରାଙ୍କ ରଖି ନୂତନ ରେକର୍ଡ କରିଛନ୍ତି ।

PM praises young Ganjam weightlifter in Mann Ki Baat

ପ୍ରଶଂସା କଲେ ମୋଦି, କଣ କହିଲେ ହର୍ଷବଦ୍ଧନ ?

ମନ କି ବାତ କାର୍ଯ୍ୟକ୍ରମରେ ହର୍ଷବର୍ଦ୍ଧନ ନାମ ନିଆଯିବା ପରେ ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ସାହୁ କହିଛନ୍ତି, 'ମୁଁ ପ୍ରଥମେ ସହରର ଶଙ୍କର ଫିଜିକାଲ କ୍ଲବରେ ଏହାକୁ ଆରମ୍ଭ କରିଥିବା ବେଳେ କୋଚ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଏହି ତାଲିମ ନେଇଥିଲି । ପ୍ରଥମେ ଯେତେବେଳେ ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେଇଥିଲେ ସେତେବେଳେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଅରୁଣାଚଳ ପ୍ରଦେଶରେ ହୋଇଥିବା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲି ।'

କେଉଁ କେଉଁ ପଦକ ଜିତିଛନ୍ତି ହର୍ଷବର୍ଦ୍ଧନ ?

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, 'ହିମାଚଳପ୍ରଦେଶରେ ସ୍ୱର୍ଣ୍ଣପଦକ ବିଜୟୀ ହେବା ସହିତ ସାଉଥ୍ ଆମେରିକାର ଲିମା ପେରୁରେ ୟୁଥ୍ ୱାଲର୍ଡ ଚାମ୍ପିଆନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଖେଲୋ ଇଣ୍ଡିଆରେ ସ୍ନାଚରେ ୮୮ କେଜି ଏବଂ କ୍ଲିନ୍ ଏଣ୍ଡ ଜାର୍କରେ ୧୧୫ କେଜି ଉଠାଇ ଏକ ରେକର୍ଡ କରିଥିଲି । ଆଗାମୀ ଦିନରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଆହୁରି ଅନେକ ସଫଳତା ଦେବି ।'

ଜାତୀୟ ସ୍ତର କ୍ରୀଡାରେ ଭାଗ ନେଇ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ହର୍ଷବର୍ଦ୍ଧନ
ଅରୁଣାଚଳ ପ୍ରଦେଶରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି
ହିମାଚଳପ୍ରଦେଶରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି
ଲିମା ପେରୁରେ ୟୁଥ୍ ୱାଲର୍ଡ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି
ଖେଲୋ ଇଣ୍ଡିଆରେ ସ୍ନାଚରେ ୮୮ କେଜି ଏବଂ କ୍ଲିନ୍ ଏଣ୍ଡ ଜାର୍କରେ ୧୧୫ କେଜି ଉଠାଇ ଏକ ରେକର୍ଡ କରିଛନ୍ତି

ଓଡ଼ିଶା ଭାରତ୍ତୋଳନ ପାଇଁ ଖୁସିର ଦିନ: କେ.ରବି

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ହର୍ଷବର୍ଦ୍ଧନଙ୍କ ନାଁ ନେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଭାରତ୍ତୋଳନ ସଂଘର‌ ସମ୍ପାଦକ କେ.ରବି କୁମାର । ସେ କହିଛନ୍ତି, 'ଓଡ଼ିଶା ଭାରତ୍ତୋଳନ ପାଇଁ ଆଜି ଏକ ଖୁସିର ଦିନ । ପ୍ରଧାନମନ୍ତ୍ରୀ ଖେଲେ ଇଣ୍ଡିଆରେ ରେକର୍ଡ ସୃଷ୍ଟି କରିଥିବା ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା କରିଛନ୍ତି । ଏପରିକି ଏହି ପ୍ରଶଂସା ଆଗାମୀ ଦିନରେ ଯୁବ ପିଢିଙ୍କୁ ଆହୁରି ଆଗ୍ରହ କରିବ । ହର୍ଷବର୍ଦ୍ଧନ ୪୯ କାଟୋଗୋରୀରେ ଖେଳୁଛନ୍ତି । ବର୍ତ୍ତମାନ ସେ ଆମିଶପୁର ତାଲିମ କେନ୍ଦ୍ରରେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏନ୍.ସି.ୟୁ ପଟିଆଲରେ ଯୋଗ୍ୟ ବିବେଚିତ ହୋଇ ଆମେରିକାର ଲିମା ପେରୁରେ ଆୟୋଜିତ ୱାଲର୍ଡ ଚମ୍ପିଆନସିପରେ ପ୍ରତିଦ୍ୱନ୍ଦ୍ବିତା କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପରେ ସେ ଖେଲୋ ଇଣ୍ଡିଆ ୟୁଥ୍ ଭାଗ ନେଇଥିଲେ ।'

ମନ କି ବାତ୍‌: 'ଅପରେସନ ସିନ୍ଦୂର କେବଳ ସେନା ମିଶନ ନୁହେଁ ବଦଳୁଥିବା ଭାରତର ପ୍ରତିଫଳନ'
ଉଦଯାପିତ ହେଲା 'ଅସ୍ମିତା ଖେଲୋ ଇଣ୍ଡିଆ', ଭାରୋତ୍ତୋଳନରେ ଓଡ଼ିଆଙ୍କ କମାଲ

କେବେଠୁ କ୍ୟାରିୟର ଆରମ୍ଭ କଲେ ହର୍ଷବର୍ଦ୍ଧନ ?

ବ୍ରହ୍ମପୁରର ଶଙ୍କର ଫିଜିକାଲରୁ କ୍ୟାରିୟର ଆରମ୍ଭ କରିଥିଲେ ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନ ସାହୁ । ହର୍ଷବର୍ଦ୍ଧନଙ୍କ ବ୍ରହ୍ମପୁରରେ ରହିଥିବା କୋଚ ଜିତେନ୍ଦ୍ର କୁମାର ସାହୁ 'ଇଟିଭି ଭାରତ'କୁ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି, ' ହର୍ଷବର୍ଦ୍ଧନ ୨୦୨୨ରେ ହିଁ ତାର ଏହି କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ସେ ବ୍ରହ୍ମପୁରର କେ.ସି. ଟାଉନ ହାଇସ୍କୁଲରେ ପାଠ ପଢୁଥିଲା । ଏପରିକି ସନ୍ଧ୍ୟା ସମୟରେ ହିଁ ବ୍ୟାୟାମ କେନ୍ଦ୍ରକୁ ଆସିଥାଏ ଏବଂ ସେହି ସମୟରେ ହିଁ ଭାରତ୍ତୋଳନ ପାଇଁ ଅଭ୍ୟାସ କରିଥାଏ । ହେଲେ ସେହି ସମୟରେ ହିଁ ତାର ଏଥିପ୍ରତି ବେଶ ଆଗ୍ରହ ରହିଥିଲା'

କେତେ ଘଣ୍ଟା ଅଭ୍ୟାସ କରୁଥିଲେ ହର୍ଷବର୍ଦ୍ଧନ ?

ଏନେଇ କୋଚ୍‌ କହିଛନ୍ତି, 'ନିୟମିତ ଭାବରେ ତାକୁ ଦୈନିକ ତିନିରୁ ଚାରି ଘଣ୍ଟା ଅଧିକ ଫୋକସ୍ ଦେଇ ଅଭ୍ୟାସ କରାଯାଉଥିଲା । ଯାହାକି ସେ ବିଦ୍ୟାଳୟ ସ୍ତରୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଓପନ୍ ଲି ରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଜାତୀୟ ଟିମକୁ ଚୟନ ହୋଇଯାଇଥିଲା ।'

ହର୍ଷବର୍ଦ୍ଧନ ସଫଳତାକୁ ନେଇ କଣ କହିଲେ ବାପା ?

ହର୍ଷବର୍ଦ୍ଧନଙ୍କ ବାପା ଧନେଶ୍ଵର ସାହୁ କହିଛନ୍ତି, 'ହର୍ଷବର୍ଦ୍ଧନ ପଞ୍ଚମ ଶ୍ରେଣୀରେ ପାଠ ପଢିବା ସମୟରେ ହିଁ ସେ ଶାରୀରିକ ବ୍ୟାୟମ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏଥିପ୍ରତି ତାର ଆଗ୍ରହ ଦେଖି ପରବର୍ତ୍ତୀ ସମୟରେ ସେ ଭାରତ୍ତୋଳନ କରି ସପ୍ତମ ଶ୍ରେଣୀ ଅଧ୍ୟୟନ ସମୟରୁ ହିଁ ସେ ଏହିପରି ଆଗକୁ ବଢିଥିଲା । ବର୍ତ୍ତମାନ ତାରି ସଫଳତା ପରେ ପ୍ରଧାନମନ୍ତ୍ରୀ ପୁଅର ନାମକୁ ନେଇ ପ୍ରଶଂସା କରାଯିବାକୁ ନେଇ ପରିବାର ବର୍ଗ ବେଶ ଖୁସି ।

ପରିବାରରୁ ମିଳିବ ପୂରା ସହଯୋଗ:

ହର୍ଷବର୍ଦ୍ଧନ ବାପା ଆହୁରି କହିଛନ୍ତି, 'ମୁଖ୍ୟତଃ ପିଲା ମାନଙ୍କ ଖେଳ ପ୍ରତି ଆଗ୍ରହ ରହିଥିବ ଏଣୁ ସେମାନଙ୍କ ଆଗ୍ରହକୁ ଦେଖି ପରିବାର ବର୍ଗ ତାର ଆଗ୍ରହ ଦେଖି ପରିବାର ବର୍ଗ ସହଯୋଗ କଲେ ହିଁ ସେମାନେ ଆଗକୁ ବଢିବେ । ଆଗକୁ ସେ ଅଭ୍ୟାସ ଜାରି ରଖିବ ଏନେଇ ପରିବା ପକ୍ଷରୁ ସମସ୍ତ ପ୍ରକାର ତାର ଲକ୍ଷ୍ୟ ପୂରଣ ପାଇଁ ସହଯୋଗ କରାଯିବ ।'

ମୋଦିଙ୍କ ମନ କି ବାତ:

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଲୋ ଇଣ୍ଡିଆରେ ବିଭିନ୍ନ ମ୍ୟାଚ ସମ୍ପର୍କରେ କହିଥିଲେ । ଖେଲୋ ଇଣ୍ଡିଆରେ ମୋଟ୍‌ 26 ରେକର୍ଡ ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର, ଓଡ଼ିଶା ଓ ଉତ୍ତରପ୍ରଦେଶର ଖେଳାଳିଙ୍କ ଭଲ ପ୍ରଦର୍ଶନକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+