ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ; ୧୨ ତାରିଖ ଅପରାହ୍ନରେ ଜୟଦେବ ବିହାର ଛକରୁ ଜନତା ମଇଦାନ ରୋଡ୍ ସୋ
ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଆସନ୍ତା ୧୨ ତାରିଖ ଅପରାହ୍ନରେ ମୋଦୀ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ, ଜନତା ମଇଦାନରେ ନରେନ୍ଦ୍ର ମୋଦୀ ପ୍ରେସମିଟ୍ ମଧ୍ୟ କରିବେ ବୋଲି ସୂଚନା ଅଛି ।
ତେବେ ଆସନ୍ତା ୧୨ ତାରିଖରେ ଓଡିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ବିଜେପିର ତମାମ ନେତୃବୃନ୍ଦ ଓଡିଶା ଆସିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ନେତା ଓଡିଶା ଆସିବେ ବୋଲି ଜଣାପଡିଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଶପଥ ପାଠ ସମାରୋହରେ ଦେଶ ତଥା ବିଦେଶରୁ ବହୁ ଅତିଥି ଯୋଗ ଦେଇଛନ୍ତି। ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।












Click it and Unblock the Notifications