Get Updates
Get notified of breaking news, exclusive insights, and must-see stories!

PM Modi Oath Ceremony: ପ୍ରଧାନମନ୍ତ୍ରୀ କାହିଁକି ନିଅନ୍ତି ଶପଥ ? କଣ ରହିଛି କାରଣ ?

ଆଜି (ଜୁନ ୯) ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହରଲାଲ ନେହେରୁଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ନେତା ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

ତେବେ ମୋଦି ୨୪ବର୍ଷରେ ୭ଥର ଶପଥ ଗ୍ରହଣ କରିବାର ରେକର୍ଡ କରିଛନ୍ତି । ୪ଥର ମୁଖ୍ୟମନ୍ତ୍ରୀ ଭାବେ ଏବଂ ବର୍ତ୍ତମାନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ମୋଦି ।

ଅକ୍ଟୋବର ୨୦୦୧ରେ ୫୧ବର୍ଷ ବୟସରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତା'ପରେ ଡିସେମ୍ବର ୨୦୦୨ରେ ସେ ଦ୍ୱିତୀୟ ଥର ପାଇଁ CM ଭାବରେ ଶପଥ ଗ୍ରହଣ କରିଥିଲେ। ଡିସେମ୍ବର ୨୦୦୭ ଓ ଡିସେମ୍ବର ୨୦୧୨ରେ ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ମୋଟ ଉପରେ ଚାରିଥର CM ଭାବରେ ଶପଥ ନେଇଥିଲେ। ତା'ପରେ ୨୦୧୪ ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଉ ଏବେ ପୁଣି ଥରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

PM Modi Oath Ceremony

ତେବେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ, ଏମପି, ବିଧାୟକ ଇତ୍ୟାଦି ପର୍ଯ୍ୟନ୍ତ ପଦ ସମ୍ଭାଳିବା ପୂର୍ବରୁ ଭାରତର ସମ୍ବିଧାନରେ ଶପଥ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୭୫ରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଶପଥ ନେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଶପଥର ଫର୍ମାଟ ଧାରା 75 (4) ରେ ଦିଆଯାଇଛି। ସେହିଭଳି, ଧାରା ୯୯ରେ ସଂସଦର ସମସ୍ତ ସଦସ୍ୟଙ୍କ ଶପଥ ସହ ଜଡିତ ଏକ ବ୍ୟବସ୍ଥା ରହିଛି।

ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦେଶର ନୂଆ ପ୍ରଧାନମନ୍ତ୍ରୀର ଶପଥ ଗ୍ରହଣ କରିବା ସହ ଗୋପନୀୟତା ପ୍ରଦାନ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନିଅନ୍ତି। ତେବେ ଏହି ଶପଥର ଦୁଇଟି ଅଂଶ ରହିଛି। ପ୍ରଥମଟି ହେଉଛି ପଦ ଏବଂ ଦ୍ୱିତୀୟଟି ହେଉଛି ଗୋପନୀୟତା।

ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସମୟରେ ସେମାନେ ଭାରତର ସମ୍ବିଧାନ, ସାର୍ବଭୌମତ୍ୱ ତଥା ସମ୍ମାନ ରକ୍ଷା କରିବେ ବୋଲି ଶପଥ ନିଅନ୍ତି ଏବଂ ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବରେ ପାଳନ କରିବେ ବୋଲି ଦୃଢ ସଂକଳ୍ପ ନିଅନ୍ତି।

ସାମ୍ବିଧାନିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପଦ କିମ୍ବା ଗୋପନୀୟତାର ଶପଥ ଭାଙ୍ଗିଲେ ଦୁଇ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ପ୍ରଥମଟି ହେଉଛି ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ, ମନ୍ତ୍ରୀ କିମ୍ବା ଏମପିଙ୍କୁ ସଂସଦରୁ ନିଲମ୍ବନ କରିବା ସହ ସଦସ୍ୟତା ରଦ୍ଦ ଭଳି ପଦକ୍ଷେପ ନିଆଯାଇପାରେ। ଏହା ବ୍ୟତୀତ ଅପରାଧିକ ମାମଲାରେ ମଧ୍ୟ ଏକ ମାମଲା ପଞ୍ଜିକୃତ ହୋଇଥାଏ। ଯଦି ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡ ଦୁଇ ବର୍ଷରୁ ଅଧିକ ହେବ, ତେବେ ସଦସ୍ୟତା ରଦ୍ଦ କରାଯିବ। ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯିବ।

ଶପଥର ଦ୍ୱିତୀୟ ଭାଗ ହେଉଛି ଗୋପନୀୟତା । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଶପଥ ନିଅନ୍ତିି ଯେ, ଯେକୌଣସି ଗୋପନୀୟତା ତାଙ୍କ ସମ୍ମୁଖରେ ଅଣାଗଲେ କିମ୍ବା ସେମାନଙ୍କୁ ଜଣା ପଡ଼ିଥିଲେ, ସେମାନେ ତା'ଙ୍କୁ ଗୁପ୍ତ ରଖିବେ । ଏହାକୁ କୌଣସି ସ୍ଥାନରେ ପ୍ରକାଶ କରିବ ନାହିଁ । ଶପଥ ପରେ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ। ଯେଉଁଥିରେ ଶପଥ ଗ୍ରହଣ କରିବାର ତାରିଖ ଏବଂ ସମୟ ଲେଖାଯାଇଥାଏ । ଏଥିରେ ପ୍ରଧାନମନ୍ତ୍ରୀ ଦସ୍ତଖତ କରଥା'ନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+