ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ଚାମ୍ପିଅନ୍ ଆଥଲେଟ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ତଥା ସେମାନଙ୍କ ସଫଳତାର କାହାଣୀ ଶୁଣିବାର ପରମ୍ପରା ବଜାୟ ରଖି ମୋଦି ଅଧିନାୟିକା ହରମନପ୍ରୀତ କୌର ଏବଂ ସମଗ୍ର ଦଳକୁ ସ୍ୱାଗତ କରିଥିଲେ ।
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ରବିବାର ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ବାସଭବନ '୭, ଲୋକ କଲ୍ୟାଣ ମାର୍ଗ'ରେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଦଳର ଖେଳାଳିମାନେ ମୁଖ୍ୟ କୋଚ୍ ଅମୋଲ ମଜୁମଦାରଙ୍କ ସହ ମୁମ୍ବାଇରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିଲେ ।

: ଆଇସିସି ମହିଳା ୱାର୍ଲଡକପ୍ ୨୦୨୫ ଚାମ୍ପିୟନ ଭାରତୀୟ କ୍ରିକେଟ ଟିମ୍ ୫ ନଭେମ୍ବର ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଭାରତୀୟ ଟିମ୍ ସାଉଥ ଆଫ୍ରିକାକୁ ୫୨ ରନ୍ ରେ ହରାଇ ଇତିହାସ ରଚିଥିଲା ଓ ପ୍ରଥମଥର ମହିଳା ଟାଇଟଲ ନିଜ ନାମରେ କରିଛି । ଟିମ୍ ମଙ୍ଗଳବାର ଦିଲ୍ଲୀ ପହଞ୍ଚି ଯାଇଥିଲା। ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି। ଏହି ଅବସରରେ ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖାସ ସାକ୍ଷାତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ଓ ଫଟୋସୁଟ୍ ମଧ୍ୟ ହୋଇଛି। ଏହି ଅବସରରେ ବିଶ୍ୱବିଜୟିନୀମାନେ ପ୍ରଧାନମନ୍ତ୍ରୀଙ୍କୁ ଖାସ ଉପହାର ମଧ୍ୟ ଦେଇଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଧାନମନ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର ଏକ ସ୍ୱାକ୍ଷରିତ ଜର୍ସି ଉପହାର ଦେଇଛନ୍ତି। ଏହି ଜର୍ସିର ନମ୍ବର ୧ ହୋଇଥିବା ବେଳେ 'ନମୋ' ନାମ ମଧ୍ୟ ଲେଖା ଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଜୟ ନିମନ୍ତେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଛଡା ପ୍ରଧାନମନ୍ତ୍ରୀ ଲଗାତାର ୩ ପରାଜୟ ଓ ସୋସିଆଲ ମିଡିଆରେ ଟ୍ରୋଲିଂର ସମ୍ମୁଖୀନ ହେବା ପରେ ଟୁର୍ଣ୍ଣାମେଣ୍ଟରେ ଟିମ୍ର ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନର ଉଚ୍ଚ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ମଝି ବେଳକୁ ଟିମ୍ ଇଣ୍ଡିଆ ବାହାର ହୋଇଯିବାର ଭୟ ଦେଖା ଦେଇଥିଲା। ତେବେ ତା ପରେ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ପାଇଁ ସ୍ଥାନ ହାସଲ କରିପାରିଥିଲା । ଏହା ପରେ ଅଷ୍ଟ୍ରେଲିୟାକୁ ହରେଇ ଫାଇନାଲକୁ ଏଣ୍ଟ୍ରି କରିଥିଲା ।
ୱାନଡେ ୱାର୍ଲଡକପ ଟାଇଟଲ ଜିତିବାରେ ଭାରତ ବିଶ୍ୱରେ ଚତୁର୍ଥ ଦେଶ । ଏହା ପୂର୍ବରୁ ଅଷ୍ଟ୍ରେଲିୟା, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ ହୋଇଥିଲେ । ଏଣୁ ଏହି ବିଜୟ ଭାରତୀୟ ମହିଳା କ୍ରିକେଟ ଟିମ୍ ଲାଗି ଏକ ଐତିହାସିକ କ୍ଷଣ। ଏଥି ପାଇଁ ଟିମ୍ କୁ ୫୨ ବର୍ଷ ଅପେକ୍ଷା କରିବାକୁ ପଡିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା











Click it and Unblock the Notifications