ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବିଜେତା ଟିମ୍
PM Modi Meets Indian Cricket Team: ଟି -20 ବିଶ୍ୱକପ ଜିତିବା ପରେ ବାରବାଡୋସରୁ ଦିଲ୍ଲୀ ଫେରିଛି ବିଶ୍ୱ ବିଜେତା ଟିମ୍ । ସାରା ଦେଶ ବେଶ୍ ଉତ୍ସାହର ସହ ସମଗ୍ର ଚାମ୍ପିଅନମାନଙ୍କୁ ସ୍ୱାଗତ ଜଣାଇଛି । ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବା ପାଇଁ ମିଳୁଛି ଯେ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ଥ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ 15 ଖେଳାଳି ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମୋଦିଙ୍କୁ ଭେଟିଛନ୍ତି । ୯୦ ମିନିଟ୍ ପର୍ଯ୍ୟନ୍ତ ବିଶ୍ୱ ବିଜେତାଙ୍କ ସହ ମୋଦି ତାଙ୍କ ବାସଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।












Click it and Unblock the Notifications