ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛନ୍ତି । ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରରେ ଭାରତ ଚମ୍ପିଆନ ହୋଇଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଛି ।

ଭାରତୀୟ ମହିଳା ଦଳର ଏଭଳି ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟି-୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବା ପାଇଁ ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ । ସିରିଜରେ ସେମାନେ ଅପରାଜିତ ରହିବା ଅଧିକ ପ୍ରଶଂସନୀୟ । ଏହା ପ୍ରକୃତରେ ଏକ ଐତିହାସିକ କ୍ରୀଡା ସଫଳତା, କଠିନ ପରିଶ୍ରମ, ଦଳଗତ କାର୍ଯ୍ୟ ଏବଂ ଦୃଢ ନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ । ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚମ୍ପିଆନ୍ । ଦଳକୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା । ଏହି ସଫଳତା ଆଗାମୀ ପିଢିକୁ ପ୍ରେରଣା ଦେବ ।
ସେପଟେ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳରେ ୪ଜଣ ଓଡ଼ିଆ ଖେଳାଳି ଫୁଲ ସୋରେନ, ବାସନ୍ତି ହାଁସଦା, ପାର୍ବତୀ ମାର୍ଣ୍ଡି ଓ ଯମୁନାରାଣୀ ଟୁଡୁ ଖେଳିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆପଣଙ୍କର ଅସାଧାରଣ ପ୍ରଦର୍ଶନ, ଶୃଙ୍ଖଳା ଏବଂ ଦୃଢ ନିଷ୍ପତ୍ତି ଦେଶ ପାଇଁ ଅତ୍ୟନ୍ତ ଗର୍ବ ଆଣିଛି । ଆପଣଙ୍କର ନିରନ୍ତର ସଫଳତା ଏବଂ ଭବିଷ୍ୟତ ସଫଳତା ପାଇଁ ମୋର ଶୁଭକାମନା ।












Click it and Unblock the Notifications