Plus Three: ଜୁନ ୩ରୁ + ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା; ଜୁନ୍ ୧୭ରେ ଶେଷ ହେବ ଆବେଦନ
ଜୁନ ୩ରୁ + ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ (+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୭ ଆବେଦନର ଶେଷ ଅବଧି ରହିଛି। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍ଲାଇନ୍ରେ ସଂଶୋଧନ କରିପାରିବେ ।
ଜୁନ୍ ୨୫ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ଦେୟ ପୈଠ କରିପାରିବେ । ୨୫ରୁ ୨୮ ମଧ୍ୟରେ ମନୋନୀତ ଶିକ୍ଷାନୁଷ୍ଠାନ ବ୍ୟତୀତ ଉପରସ୍ଥ ପରବର୍ତ୍ତୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ କିମ୍ବା ମନୋନୀତ ଶିକ୍ଷାନୁଷ୍ଠାନରେ ଆସନ ପକ୍କା କରିବାକୁ ଆବେଦନ କରିପାରିବ।

୨୬ ରୁ ୨୯ ମଧ୍ୟରେ ନାମଲେଖା ସହ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ଦାଖଲ ହେବ। ଜୁଲାଇ ୫ ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୬ରୁ୯ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୧୫ରୁ ୧୮ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ଡିଗ୍ରୀ ନାମଲେଖା ପ୍ରକ୍ରିୟାରେ ସ୍ନାତକ ଆବେଦନ ସମୟରେ ସାମ୍ସ ଜରିଆରେ ଛାତ୍ରଛାତ୍ରୀ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ମଧ୍ୟ ଆବେଦନ କରିବେ।
ଜୁନ୍ ୩ରୁ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ। ନାମଲେଖା ସମ୍ବନ୍ଧରେ ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ନିୟମିତ ପାଠ୍ୟକ୍ରମ ସହ ନିଜସ୍ବ ଦେୟ (ସେଲ୍ଫ ଫାଇନାନ୍ସିଂ) ପାଠ୍ୟକ୍ରମ ପାଇଁ ସାମ୍ସ ଜରିଆରେ ଆବେଦନ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖ ଅପରାହ୍ଣ ୪ଟାରୁ www.samsodisha.gov.in ଲଗଇନ୍ କରି ଆବେଦନ କରିପାରିବେ।
ଚଳିତ ବର୍ଷ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍ (ବିଏ ଓ ବିଏସ୍ସି) ପାଠ୍ୟକ୍ରମ ସ୍ନାତକ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଏସ୍ଏସ୍ସି ସ୍ବୟଂଶାସିତ ମହାବିଦ୍ୟାଳୟ ପୁରୀ, ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟ ବାରିପଦା, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଏ ଓ ବିଏସ୍ସି ବିଏଡ୍ ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ସାମ୍ସ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି।
ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନିଜସ୍ବ ଦେୟ ପାଠ୍ୟକ୍ରମ ଆଇଟିଏମ୍ ଓ ଆଇଏସ୍ଟି ମଧ୍ୟ ସାମ୍ସ ନାମଲେଖା ପ୍ରକ୍ରିୟାରେ ଯୋଡ଼ି ହୋଇଛି। ଏହା ବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପିପିପି ମୋଡରେ ଥିବା ପାଠ୍ୟକ୍ରମ ଛଡ଼ା ଅନ୍ୟ ସମସ୍ତ ପାଠ୍ୟକ୍ରମ ସାମ୍ସ ପ୍ରକ୍ରିୟାେର ସାମିଲ ହୋଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ବିଏ ଏଲଏଲବି(୫ ବର୍ଷିଆ) ପାଠ୍ୟକ୍ରମ ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ହେବ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications